ମୁମ୍ୱାଇ,୧୭/୦୩:ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି 'କେଡି ଦ ଡେଭିଲ'। ସଞ୍ଜୟ ଦତ୍ତ ଓ ନୋରା ଫତେହିଙ୍କ ଅଭିନୀତ ନୂତନ କନ୍ନଡ ଫିଲ୍ମ ଆସନ୍ତା ମାସରେ ସିନେମା ହଲରେ ଆସିବାକୁ ଯାଉଛି । ଆଉ ଏହା ପୂର୍ବରୁ ଫିଲ୍ମର ନୂଆ ଆଇଟମ୍ ସଙ୍ଗ୍ 'ସର୍କେ ଚୁନର' ରିଲିଜ ହୋଇଥିଲା । ଯାହାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି। ଜାତୀୟ ମାନବାଧିକାର କମିଶନ  ଅଶ୍ଳୀଳ ଏବଂ ସୂଚକ ଗୀତ ବ୍ୟବହାର ନେଇ ଏକ ନୋଟିସ ଜାରି କରିଛି ।


ଗୀତଟି ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି । ଫଳରେ ଗୀତର ଲିରିକ୍ସ ଭିନ୍ନ ଅର୍ଥ ପ୍ରକାଶ କରୁଥିବା ବେଳେ ଏହାକୁ ନେଇ ନେଟିଜେନ୍ସ ମାନେ ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି । ଏନେଇ ଆଇନଜୀବୀ ଏବଂ ସାମାଜିକ କର୍ମୀ ବିନୀତ ଜିନ୍ଦଲ ଦିଲ୍ଲୀ ପୁଲିସର ସାଇବର ସେଲରେ ଅଭିଯୋଗ ଦାଖଲ କରିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି । ସେ ଗୀତ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦାବି କରିଥିଲେ । 

 ଦାବି କରିଥିଲେ ଯେ ଟ୍ରାକରେ ଯୌନ ଉତ୍ତେଜକ ଏବଂ ଅଶ୍ଳୀଳ ଗୀତ ଅଛି, ଯାହା କୌଣସି ପରିସ୍ଥିତିରେ ସାଧାରଣ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ, ବିଶେଷକରି ସହଜରେ ପହଞ୍ଚିପାରୁଥିବା ଡିଜିଟାଲ୍ ପ୍ଲାଟଫର୍ମରେ ।ଗୀତଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦେବାକୁ ମଧ୍ୟ ଦାବି ହୋଇଛି। ଯୁକ୍ତି ଦର୍ଶାଯାଇଛି ଯେ ଗୀତର ବିଷୟବସ୍ତୁ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରେ, ଯାହା ଯୁବପିଢ଼ିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହି ଟ୍ରାକ୍ ପୂର୍ବରୁ ସୋସିଆଲ ମିଡିଆରେ ଦର୍ଶକଙ୍କ ଦ୍ୱାରା ତୀବ୍ର ନକାରାତ୍ମକ ସମାଲୋଚନାର ସମ୍ମୁଖୀନ ହୋଇଛି ।  

ଆହୁରି ପଢନ୍ତୁ-‘ଧୁରନ୍ଦର-୨’ ଭାଙ୍ଗିଲା ସବୁ ରେକର୍ଡ, ଆଡଭାନ୍ସ ବୁକିଂ ୧୩୦ କୋଟି ପାର

ଏହି ଫିଲ୍ମଟି ୧୯୭୦ ଦଶକର ବେଙ୍ଗାଲୁରୁରେ ଘଟିଥିବା ପ୍ରକୃତ ଘଟଣା ଉପରେ ଆଧାରିତ । ସଞ୍ଜୟ, ନୋରାଙ୍କ ବ୍ୟତୀତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ଭି ରବିଚନ୍ଦ୍ରନ, ରମେଶ ଅରବିନ୍ଦ ଏବଂ ଧ୍ରୁଭ ସରଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । KD' ପ୍ରେମଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ KVN ବ୍ୟାନରରେ ନିର୍ମିତ ହେଉଛି । ଅର୍ଜୁନ ଜାନିଆ ଏହାର ସଂଗୀତ ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମରେ ଫାଇଟ ମାଷ୍ଟର ଡଃ.ରବି ବର୍ମା ଆକ୍ସନ ସିନ୍‌ର ନିର୍ଦ୍ଦେଶନା ଦେଉଛନ୍ତି ।