ମୁମ୍ବାଇ,୧୭।୩: ରଣବୀର ସିଂହଙ୍କ ‘ଧୁରନ୍ଦର-୨’ ମାର୍ଚ୍ଚ ୧୯ ରେ ଫିଲ୍ମ ହଲରେ ଆସିବାର ଯୋଜନା ରହିଛି। ତଥାପି, ଲୋକମାନେ ‘ପେଡ୍ ପ୍ରିଭ୍ୟୁ’ ମାଧ୍ୟମରେ ଗୋଟିଏ ଦିନ ପୂର୍ବରୁ ଫିଲ୍ମ ଦେଖିବାର ସୁଯୋଗ ପାଉଛନ୍ତି। ଯାହାର ଆଡଭାନ୍ସ ବୁକିଂ ବର୍ତ୍ତମାନ ଚାଲିଛି। ଫିଲ୍ମ ବିଷୟରେ ଏତେ ଚର୍ଚ୍ଚା ହେଉଛି ଯେ ସମସ୍ତେ ଏହାକୁ ପ୍ରଥମ ଦିନରେ ଦେଖିବାକୁ ଚାହାଁନ୍ତି। ଯଦିଓ ପାର୍ଟ ୨ର ରନଟାଇମ୍ ମଧ୍ୟ ବହୁତ ଲମ୍ବା, କିନ୍ତୁ ‘ଧୁରନ୍ଦର-୨’ ପାଇଁ କ୍ରେଜ୍ କାରଣରୁ ଲୋକମାନେ ଫିଲ୍ମ ହଲ୍‌ରେ ଚାରି ଘଣ୍ଟା ପର୍ଯ୍ୟନ୍ତ ବିତାଇବାକୁ ଇଚ୍ଛୁକ ଅଛନ୍ତି। ଏବେ ଫିଲ୍ମର ‘ପେଡ୍ ପ୍ରିଭ୍ୟୁ’, ପ୍ରଥମ ଦିନ ଏବଂ ବିଦେଶର ଆଡଭାନ୍ସ ବୁକିଂ ସାମନାକୁ ଆସିଛି। ଯାହାକି ସମସ୍ତଙ୍କର ନିଦ ଉଡାଇ ଦେଇଛି। ଏହି ସଂଖ୍ୟାକୁ ଦେଖି ଲାଗୁଛି ଫିଲ୍ମ ଆଗୁଆ ସାରା ଦୁନିଆରେ ୨୦୦ କୋଟିର କାରବାର କରିବାକୁ ଯାଉଛି।

ରଣବୀର ସିଂହ ଓ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଦର’ ଏପର୍ଯ୍ୟନ୍ତ ସାରା ଦୁନିଆରେ ୧୩୦୦ କୋଟି ଟଙ୍କାର କାରବାର କରିଛି। ଯଦିଓ ଏହି କଲେକ୍ସନ ପରେ ବଢିଛି। ପ୍ରାରମ୍ଭିକ ଆୟ ପୁରା ସ୍ଳୋ ଥିଲା। ଏହି କାରଣରୁ ଫିଲ୍ମ ପ୍ରଥମ ଦିନ ୨୮ କୋଟି ଟଙ୍କା ଆୟ କରିଥିଲା। ଏଥର ସ୍ଥିତି ବି ଖୁବ୍ ଭଲ ରହିଛି ଓ ଫିଲ୍ମର କଲେକ୍ସନ ମଧ୍ୟ ବଢିଥିବାର ଜଣାପଡିଛି। ଆସନ୍ତୁ ଜାଣିବା‘ଧୂରନ୍ଦର-୨’ର ଆଡଭାନ୍ସ ବୁକିଂ କେତେ ଆୟ କରିଛି ଓ କେଉଁଠୁ କରିଛି ?

‘ସେକାନିଲକ୍’ ର ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ଫିଲ୍ମଟି ୨୦.୮୨ କୋଟି ଟଙ୍କା ରୋଜଗାର କରିଛି। ସେଭଳି ୨୯.୧୮କୋଟି ଟଙ୍କା ବ୍ଲକ୍ ସିଟ୍‌ରୁ ହୋଇଛି। ଏହି ସଂଖ୍ୟା ବହୁତ ଅଧିକ, କାରଣ ପ୍ରଥମ ଦିନର ଆଡଭାନ୍ସ ବୁକିଂ କେବଳ କିଛି ଦିନ ପାଇଁ ଖୋଲାଯାଇଛି। ଫିଲ୍ମଟି ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଦିଲ୍ଲୀ-ଏନସିଆରରୁ ଅତ୍ୟଧିକ ପ୍ରତିକ୍ରିୟା ପାଉଛି, କେବଳ ଏହି ସ୍ଥାନଗୁଡ଼ିକରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ରୋଜଗାର କରୁଛି। ସେଭଳି ଯଦି ପେଡ୍ ପ୍ରିଭ୍ୟୁର ଆଡଭାନ୍ସ ବୁକିଂ କରିବା,ତେବେ ଫିଲ୍ମ ୪୦.୫୪ କୋଟି ଟଙ୍କାର କଲେକ୍ସନ କରିସାରିଛି। ଆଡଭାନ୍ସ ବୁକିଂ ୨୯.୦୨ କୋଟି ଟଙ୍କା ପାର କରିସାରିଛି, ଯେଉଁଥିରେ ୧୫,୦୦୦ରୁ ଅଧିକ ଶୋ’ ରହିଛି। ସେଭଳି ୪.୭୦ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି। ଏହା ସହିତ ଦେଶରେ ମୋଟ୍ ପ୍ରି ସେଲ୍ସ ଏହି ଓ୍ବିକେଣ୍ଡ ପାଇଁ ପ୍ରାୟ ୬୦ କୋଟି ଟଙ୍କା ରହିଛି। ପ୍ରାରମ୍ଭିକ ଓ୍ବିଣ୍ଡୋ(ପ୍ରିମିୟର+ ପ୍ରଥମ ଦିନ)ର ମୋଟ କଲେକ୍ସନ ଏବେ୧୩୦ କୋଟି ଟଙ୍କାରୁ ଅଧିକ ରହିଛି। ତେବେ ୧୭ ମାର୍ଚ୍ଚରେ ପୁରା ଦିନ ଓ ୧୮ ତାରିଖ ମଧ୍ୟ ରହିଛି। ଦୁଇ ଦିନରେ ୧୫୦ କୋଟି ପାର ହେବାର ଆଶା ରହିଛି।

ଆହୁରି ପଢନ୍ତୁ :ରାତିରେ ଶୋଇଥିଲେ ଆଉ ଉଠିଲେନି...'ଇସ୍କବାଜ' ଅଭିନେତ୍ରୀ ନବନିନ୍ଦ୍ର ବହଲଙ୍କ ବିୟୋଗ