PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କେନ୍ଦ୍ରାପଡ଼ାରେ ଶଶୀଭୂଷଣ ବିଜେଡି ପ୍ରାର୍ଥୀ

source:http://www.odishabytes.com

ଭୁବନେଶ୍ୱର,୮ା୪(ବ୍ୟୁରୋ): ମଙ୍ଗଳବାର ନାମାଙ୍କନ ଦାଖଲର ଶେଷ ଦିନ । ମାତ୍ର ତିନି ଦଳରେ ଟିକେଟକୁ ନେଇ ଶେଷ ପର୍ଯ୍ୟନ୍ତ ଅଡ଼ୁଆ ଲାଗି ରହିଥିଲା । କେଉଁଠି ପ୍ରାର୍ଥୀ ଟିକେଟ ଫେରାଇଲେଣି ତ ଆଉ କେଉଁଠି ପ୍ରାର୍ଥୀ ବଦଳିଲେଣି । ପୁଣି କେଉଁଠି ନାମାଙ୍କନ ଦାଖଲର କେଇ ଘଣ୍ଟା ପୂର୍ବରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ା ବିଧାନସଭା ଆସନକୁ ନେଇ ବିଜେଡିରେ ଢେର ଦିନ ହେବ ଅଙ୍କ କଷା ଚାଲିଥିଲା । ଏହି ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ଦଳ ବେଶ୍‌ ବିଚାର ବିମର୍ଷ ଚଳାଇଥିଲା । ଆଜି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଆସନ ପାଇଁ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

ଶଶୀଙ୍କ ନାମ ଘୋଷଣା ପରେ ନରିାଶ ହୋଇଛନ୍ତି ବିଧିାୟକ କିଶୋର ତରାଇ ଓ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ଉଭୟ ଟିକେଟ ପାଇଁ ଜୋରଦାର ଲବି ଚଳାଇଥିଲେ । ଶଶୀ ଗତ ଥର ଜୟଦେବ ଆସନରୁ ଜିତିଥିବାବେଳେ ଏଥର ସେଠାରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଜୟଦେବରେ ନିରାଶ କରିବା ପରେ ଶଶୀଙ୍କୁ କେନ୍ଦ୍ରାପଡ଼ା ପଠାଇଛନ୍ତି ନବୀନ । ଶଶୀଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ବୋଲି ପ୍ରଥମେ ‘ପ୍ରମେୟ’ ଖବର ପ୍ରକାଶ କରିଥିଲା । ଆଜିର ଘୋଷଣା ସହ ବିଜେଡିର ପ୍ରାର୍ଥୀ ଘୋଷଣା କାର୍ଯ୍ୟ ସରିଛି । ହେଲେ କଂଗ୍ରେସର ଅଡ଼ୁଆ ତୁଟିନି । ପିପିଲି, ବେଗୁନିଆ ଓ ତିର୍ତ୍ତୋଲ ପରେ କଂଗ୍ରେସକୁ ତାଜା ଝଟ୍‌କା ମିଳିଛି ବଡ଼ଚଣା ଓ ନିମାପଡ଼ାରୁ । ଉଭୟ ବଡ଼ଚଣା ଓ ନିମାପଡ଼ା ପାଇଁ ଘୋଷିତ ପ୍ରାର୍ଥୀ କଂଗ୍ରେସ ଟେିକଟ ଫେରାଇ ଦେଇଛନ୍ତି । ବଡ଼ଚଣା ଆସନରୁ କଂଗ୍ରେସ ଟିକେଟ ପାଇଥିବା ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ର ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି ।

ସୀତାକାନ୍ତ କହିଛନ୍ତି, ଦଳ ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷ, ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ କୃତଜ୍ଞତା ଜଣାଉଛନ୍ତି । ମାତ୍ର ଟିକେଟ ଘୋଷଣାରେ ବହୁ ବିଳମ୍ବ ହୋଇଯାଇଛି । ବର୍ତ୍ତମାନ ହାତରେ ଆଉ ବେଶି ସମୟ ନାହିଁ । ସ୍ୱଳ୍ପ ସମୟ ଭିତରେ ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର । ତେଣୁ ସେ ନିର୍ବାଚନ ଲଢ଼ିବେ ନାହିଁ । ସେହିପରି ନିମାପଡ଼ା ପାଇଁ କଂଗ୍ରେସ ଟିକେଟ ପାଇଥିବା ପୁରୀ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର (ରମୁ) ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । ସେ ମଧ୍ୟ ଟିକେଟ ବଣ୍ଟନରେ ବିଳମ୍ବ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଟିକେଟ ଘୋଷଣାରେ ବିଳମ୍ବ ହୋଇଯାଇଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ସତ୍ୟବ୍ରତ କହିଛନ୍ତି । ସେ ମଧ୍ୟ ପୁରୀ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସତ୍ୟବ୍ରତ କହିଛନ୍ତି ଯେ, ନିରଞ୍ଜନ ପିସିସି ସଭାପତି ହେବା ପାଇଁ ମୁଁ ବହୁ ପରିଶ୍ରମ କରିଥିଲି । କିନ୍ତୁ ନିର୍ବାଚନରେ କଂଗ୍ରେସର ଶେଷ ଟିକେଟଟି ମତେ ମିଳିଲା । ନିରଞ୍ଜନ ସଭାପତି ହେବା ପରେ କଂଗ୍ରେସକୁ ବୁଡ଼ାଇଦେଲେ । ବାପପୁଅ ମିଶି ଟିକେଟ୍‌ ନେଇଗଲେ । ଯେଉଁମାନେ ଟଙ୍କା ଦେଇ ନ ପାରିଲେ ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ଟିକେଟ୍‌ ପାଇଁ ଅପେକ୍ଷା କରିବାକୁ ପଡ଼ିଲା ବୋଲି ରମୁ ଅଭିଯୋଗ କରିଛନ୍ତି ।

ସୀତାକାନ୍ତ ମନା କରିବା ପରେ ବଡ଼ଚଣା ଆସନ ପାଇଁ ଟିକେଟ ଆଶାୟୀ ଥିବା ଶୁଭେନ୍ଦୁ ମହାନ୍ତିଙ୍କୁ କଂଗ୍ରେସ ସେଠାରୁ ପ୍ରାର୍ଥୀ ଘୋଷଣା କରିପାରେ । ମାତ୍ର ଶୁଭେନ୍ଦୁ ଏହି ପ୍ରସ୍ତାବରେ ରାଜି ହେଉଛନ୍ତି କି ନାହିଁ, ତାହା ଜଣାପଡ଼ିନି । ତେବେ ନିମାପଡ଼ା ଆସନରୁ କାହାକୁ ଦଳ ପ୍ରାର୍ଥୀ କରିବ, ସେ ନେଇ ଚିନ୍ତା ବଢ଼ିଛି । ବିଜେପି ବାଲେଶ୍ୱରର ଭୋଗରାଇ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ବଦଳାଇଛି । ପୂର୍ବରୁ ସେଠାରେ ମାନସ ମହାନ୍ତିଙ୍କୁ ଟିକେଟ ମିଳିଥିବାବେଳେ ତାଙ୍କ ବଦଳରେ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର