ଷଟ୍ତିଳା ଏକାଦଶୀ କଲେ ସ୍ୱର୍ଗରେ ସ୍ଥାନ ମିଳେ

ମାଘ କୃଷ୍ଣ ଏକାଦଶୀର ନାମ ଷଟ୍ତିଳା ଏକାଦଶୀ । ଏହି ଦିନ ତିଳର ୬ ପ୍ରକାର ବ୍ୟବହାର ବିଧି ରହିଛି । ତିଳ ଜଳରେ ସ୍ନାନ, ତିଳ ଉଦ୍ବର୍ତ୍ତନ, ତିଳ ହୋମ, ତିଳମିଶ୍ରିତ ଜଳପାନ, ତିଳ ଭୋଜନ ଓ ତିଳଦାନ ଏହି ଏକାଦଶୀର ବିଶେଷତ୍ୱ । ନାରଦ ମୁନି ଭଗବାନ ବିଷ୍ଣୁଙ୍କୁ ଷଟ୍ତିଳା ଏକାଦଶୀର ମାହାତ୍ମ୍ୟ ପଚାରିବାରୁ ପ୍ରଭୁ ବର୍ଣ୍ଣନା କଲେ- ପ୍ରାଚୀନ କାଳରେ ମୃତ୍ୟୁଲୋକରେ ଜଣେ ବ୍ରାହ୍ମଣୀ ରହୁଥିଲେ । ସେ ସର୍ବଦା ବ୍ରତ କରୁଥିଲେ । ଥରେ ଗୋଟଏି ମାସ ବ୍ରତ କରବିାରୁ ତାଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଗଲା । ବୁଦ୍ଧିମାନ ଥିଲେ ମଧ୍ୟ ସେ କେବେ ବ୍ରାହ୍ମଣ କିମ୍ବା ଦେବତାଙ୍କୁ ଅନ୍ନ ଦାନ କରିନଥିଲେ । ଶ୍ରୀବିଷ୍ଣୁ ଚିନ୍ତାକଲେ ବ୍ରତ ଦ୍ୱାରା ବ୍ରାହ୍ମଣୀ ନିଜକୁ ଶୁଦ୍ଧ କରିଛି, ତାକୁ ବିଷ୍ଣୁଲୋକ ମିଳିବ । କିନ୍ତୁ କେବେ ଅନ୍ନ ଦାନ କରିନାହିଁ । ଏପରି ଚିନ୍ତାକରି ଭଗବାନ ସ୍ୱୟଂ ଜଣେ ଭିକ୍ଷୁକ ବେଶରେ ବ୍ରାହ୍ମଣୀ ନିକଟରେ ପହଞ୍ଚିଲେ ଏବଂ ତାକୁ ଭିକ୍ଷା ପ୍ରାର୍ଥନା କଲେ । ବ୍ରାହ୍ମଣୀ ଗୋଟିଏ ମାଟି ଢେଲା ପ୍ରଭୁଙ୍କ ଭିକ୍ଷାପାତ୍ରରେ ରଖିଦେଲା । ଏହାକୁ ଧରି ପ୍ରଭୁ ସ୍ୱର୍ଗଲୋକ ଚାଲିଗଲେ । କିଛି ସମୟ ପରେ ବ୍ରାହ୍ମଣୀ ମଧ୍ୟ ଶରୀର ତ୍ୟାଗ କରି ସ୍ୱର୍ଗଲୋକ ଗଲା । ମାଟି ଦାନ କରିଥିବାରୁ ସ୍ୱର୍ଗରେ ତାକୁ ସୁନ୍ଦର ମହଲ ପ୍ରାପ୍ତି ହେଲା । କିନ୍ତୁ ସେଠାରେ ଅନ୍ନାଦି ସାମଗ୍ରୀ ନଥିଲା । ଭଗବାନଙ୍କ ନିର୍ଦ୍ଦେଶରେ ଦେବ ପତ୍ନୀମାନଙ୍କଠାରୁ ଷଟ୍ତିଳାର ପୁଣ୍ୟ ପାଇ ସେ ଧନ୍ୟା ହେଲା ।