ନୂଆଦିଲ୍ଲୀ – ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବା ପରେ ଭାରତ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି , ଟେକ୍ ଜିଆଣ୍ଟ ମାଇକ୍ରୋସଫ୍ଟ ଭାରତରେ ୧.୫ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି,ଯାହା ଏସିଆରେ କମ୍ପାନୀର ଏବେସୁଦ୍ଧା ସବୁଠୁ ବଡ଼ ନିବେଶ । ସତ୍ୟ ନାଡେଲାଙ୍କ ଏହି ଘୋଷଣାରେ ଭାରତର ‘ଏଆଇ ଡ୍ରିମ୍’କୁ ଗତି ମିଳିବାର ଆଶା ରହିଛି।

ସତ୍ୟ ନାଡେଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ନିବେଶକୁ ନେଇ ସୂଚନା ସେୟାର କରିଛନ୍ତି। ସେ ପିଏମ୍ ମୋଦିଙ୍କ ସହ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସତ୍ୟ ନାଡେଲା ଲେଖିଛନ୍ତି , ଭାରତରେ ଏଆଇର ସୁଯୋଗ ଗୁଡ଼ିକ ଉପରେ ପ୍ରେରଣାଦାୟୀ ଆଲୋଚନା ପାଇଁ ଧନ୍ୟବାଦ , ପିଏମ୍ ନରେନ୍ଦ୍ର ମୋଦି ଜୀ । ଦେଶର ମହତ୍ୱାକାଂକ୍ଷା ଗୁଡ଼ିକୁ ଆଗକୁ ବଢାଇବା ପାଇଁ ମାଇକ୍ରୋସଫ୍ଟ ୧୭.୫ ବିଲିୟନ ଡଲାରର ନିବେଶ କରିବାକୁ ଯାଉଛି।

ସତ୍ୟ ନାଡେଲା କହିଛନ୍ତି ଯେ, ଏହା କମ୍ପାନୀର ଏସିଆରେ ଏବେସୁଦ୍ଧା ସବୁଠୁ ବଡ଼ ନିବେଶ । ସେ ଲେଖିଛନ୍ତି , ଏହା ଏସିଆରେ ଆମର ଏବେସୁଦ୍ଧା ସବୁଠୁ ବଡ଼ ନିବେଶ । ଯେଉଁଥିରେ ଭାରତର ଏଆଇ ଫାର୍ଷ୍ଟ ଫ୍ୟୁଚର ପାଇଁ ଜରୁରି ମୌଳିକ ଢାଞ୍ଚା , ଦକ୍ଷତା ଓ କ୍ଷମତା ଗୁଡ଼ିକୁ ବିକଶିତ କରିବାରେ ସାହାଯ୍ୟ ମିଳି ପାରିବ।

ଅନ୍ୟପଟେ ମାଇକ୍ରୋସଫ୍ଟ ଏକ ପ୍ରେସ୍ ରିଲିଜ ଜାରି କରି କହିଛି , ଯେ ଭାରତରେ ମାଇକ୍ରୋସଫ୍ଟର ନିବେଶ ତିନୋଟି ସ୍ତମ୍ଭରେ କେନ୍ଦ୍ରିତ , ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନର ଅନୁରୂପ। ବିବୃତ୍ତି ମୁତାବିକ ,ମାଇକ୍ରୋସଫ୍ଟ ଓ ଏକାଠି ଆଗାମୀ ଦଶକରେ ନୂଆ ବେଞ୍ଚମାର୍କ ସ୍ଥାପିତ କରିବା ଓ ଦେଶକୁ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚରରେ ଏଆଇ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର ଆଡ଼କୁ ନେଇ ଯିବାକୁ ପ୍ରସ୍ତୁତ। ଆମେ ଏକ ଏମିତି ଭବିଷ୍ୟତକୁ ଆକାର ଦେଉଛେ,ଯାହା ଅଧିକ ନ୍ୟାୟସଙ୍ଗତ। ବିବୃତ୍ତିରେ ଆହୁରି କୁହାଯାଇଛି, ଭାରତରେ ମାଇକ୍ରୋସଫ୍ଟର ନିବେଶ ତିନୋଟି ସ୍ତମ୍ଭ, ସ୍କେଲ୍, ସ୍କିଲ ଓ ସାର୍ବଭୌମତ୍ୱ ଉପରେ କେନ୍ଦ୍ରିତ , ଯାହା ପ୍ରଧାନମନ୍ତ୍ରୀଙ୍କ ଭିଜନର ଅନୁରୂପ।