ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ହେଲେ ଇଂ ସତ୍ୟନାରାୟଣ ମାଝୀ...

Published By : Ladu Kishor | March 30, 2025 10:48 PM

କରଞ୍ଜିଆ,୩୦/୩(ଆ:ପ୍ର ): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିକଟସ୍ଥ କଳାକାଦ ଏସ୍‌ଏସ୍‌ଆଇଟି ପଲିଟେକନିକର ଉପାଧ୍ୟକ୍ଷ ଇଂ ସତ୍ୟନାରାୟଣ ମାଝୀଙ୍କୁ ଓଡିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ଭାବେ ମନୋନୀତ ହାଇ ୧୦ମ ବୋର୍ଡ ବୈଠକରେ ଯୋଗ ଦେଇଥିବାର ସୂଚନା ମିଳିଛି । ସରକାରଙ୍କର ଆଦେଶ ଅନୁଯାୟୀ ଏହି ମନୋନୟନ ହୋଇଥିବା ପ୍ରକାଶ । ଇଂ ମାଝୀ ଶିମିଳିପାଳ ପାଦଦେଶରେ ଥିବା ଯଶିପୁର ବ୍ଲକ ଏକତାଳି ଗ୍ରାମର ଅଧିବାସୀ ଅଟନ୍ତି। ସେ ଶିମିଳିପାଳ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେ ଜଣେ ଆଗଧାଡିର ଯୁବ ସ୍ତମ୍ଭକାର ଓ ସାହିତ୍ୟିକ । ତାଙ୍କର ବହୁ ମନନଶୀଳ ଓ ସଚେତନତା ଧର୍ମୀ ଲେଖା ବିଭିନ୍ନ ଦୈନିକ ଖବରକାଗଜ ଓ ପତ୍ରିକାରେ ନିୟମିତ ପ୍ରକାଶ ପାଇଆସୁଅଛି। ବନ୍ୟଜନ୍ତୁ ସଂରକ୍ଷଣ ଓ ସମ୍ବର୍ଦ୍ଧନା ପାଇଁ ଶିମିଳିପାଳ ଉତ୍ତର ବନଖଣ୍ଡର ବିଭିନ୍ନ ଅଂଚଳର ସେ ଜନସାଧାରଣଙ୍କୁ ସଭାସମିତି ଜରିଆରେ ସଚେତନ ସୃଷ୍ଟି କରୁଛନ୍ତି। ସେ ଗତ ୨୦୨୩-୨୪ ବର୍ଷରେ ରାଜ୍ୟ ସରକାରଙ୍କର ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । 

ତାଙ୍କୁ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ (ଅନୁସୂଚିତ ଜନଜାତି ପ୍ରତିନିଧି) ଭାବେ ରାଜ୍ୟ ସରକାର ମନୋନୀତ କରିଥିବାରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କର ଏହି ନିଯୁକ୍ତିକୁ ବିଶିଷ୍ଟ ସ୍ତମ୍ଭକାର ପରିବେଶବିତ୍‌ ଅଧ୍ୟାପକ ଲଳିତ ମହାନ୍ତ, ବରିଷ୍ଠ ସାମ୍ବାଦିକ ବିରଂଚି ନାରାୟଣ ସାହୁ, ପରିବେଶ କର୍ମୀ ଶରତ ତ୍ରିପାଠୀ, ସଂଗଠକ ମାନସ କୁମାର ମହାନ୍ତ ଓ ଶିକ୍ଷକ ରଂଜନ କୁମାର ମହାନ୍ତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ଅବସରରେ ବନ୍ୟପ୍ରାଣୀଙ୍କର ସୁରକ୍ଷା ଓ ଶିମିଳିପାଳ ବିକାଶ ନିମନ୍ତେ କାର୍ଯ୍ୟ ଅବ୍ୟାହତ ରଖିବେ ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣଙ୍କର ସହଯୋଗ ଲୋଡିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.