ନୂଆଦିଲ୍ଲୀ,୧୦/୦୪ :ଷ୍ଟେଟ ବ୍ୟାଙ୍କ  ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏଟିଏମ୍‌ ନେଣଦେଣ ନିୟମରେ  ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ଏଟିଏମ୍‌ ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ ଏଟିଏମ୍‌ ବ୍ୟବହାର  କରିବା ସୀମାକୁ ବଢ଼ାଇ ଦେଇଛି । ତ୍ୱରିତ ଭିତ୍ତିରେ ଏହାକୁ ଲାଗୁ କରିଛି  ବ୍ୟାଙ୍କ । 

ନୂଆ ନିୟମ ମୁତାବକ, ଉଭୟ  ମେଟ୍ରୋ ଓ ଅଣ ମେଟ୍ରୋ ଗ୍ରାହକ ପ୍ରତି  ମାସରେ ଏସ୍‌ବିଆଇ ଏଟିଏମ୍‌ରୁ ୫  ଫ୍ରି ନେଣଦେଣ ଏବଂ ଅନ୍ୟ ବ୍ୟାଙ୍କ  ଏଟିଏମ୍‌ରୁ ୧୦ ମାଗଣା ଟ୍ରାଞ୍ଜାକସନ  କରିପାରିବେ । ୨୫ ହଜାରରୁ ୫୦  ହଜାର ଟଙ୍କା ହାରାହାରି ମାସିକ ବାଲାନ୍ସ  ରଖୁଥିବା ଗ୍ରାହକ ଅନ୍ୟ ବ୍ୟାଙ୍କ ଏଟିଏମ୍‌  ରୁ ୫ ଫ୍ରି ଟ୍ରାଞ୍ଜାକସନ କରିପାରିବେ । ୧  ଲକ୍ଷରୁ ଉଦ୍ଧ୍ୱର୍ ହାରାହାରି ମାସିକ ବାଲାନ୍ସ  ରଖୁଥିବା ଗ୍ରାହକ ଏସ୍‌ବିଆଇ ଏବଂ ଅନ୍ୟ  ବ୍ୟାଙ୍କ ଏଟିଏମ୍‌ରୁ ଅସୀମିତ ମାଗଣା  ଟ୍ରାଞ୍ଜାକସନ କରିପାରିବେ । ମାସିକ ଧାର୍ଯ୍ୟ  ମାଗଣା ଏଟିଏମ୍‌ ବ୍ୟବହାର ପରେ ପ୍ରତି  ନେଣଦେଣରେ ୧୫ ଟଙ୍କା ଏବଂ ଜିଏସ୍‌ଟି  ଦେବାକୁ ପଡ଼ିବ ।