କଟକ, ୨୧/୦୩: ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନାଙ୍କର ଆଲ୍ଲାହାବାଦ୍‌ ହାଇକୋର୍ଟକୁ ବଦଳି ହୋଇଛି । ସୁପ୍ରିମ୍‌କୋର୍ଟ କଲେଜିୟମ୍‌  ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ  କରାଯାଇଛି । କୋଲକାତା ହାଇକୋର୍ଟର  ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ  କରିଥିବା ଜଷ୍ଟିସ୍‌ ସିହ୍ନାଙ୍କର ଗତ ୨୦୨୧  ଅକ୍ଟୋବର ୮ ତାରିଖରେ ଓଡ଼ିଶା  ହାଇକୋର୍ଟକୁ ବଦଳି ହୋଇଥିଲା ।  ହାଇକୋର୍ଟର ତତ୍କାଳୀନ ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ  ଅବସର ନେବା ପରେ ଗତ ଜାନୁଆରୀ  ୨୦ ତାରିଖରୁ ଜଷ୍ଟିସ୍‌ ସିହ୍ନା ହାଇକୋର୍ଟର  କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ  ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ।