ରାଇରଙ୍ଗପୁର,୯/୧ : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଟିକରପଡ଼ା ଗ୍ରାମ ନିକଟରେ ପିଚୁ ଚିପ୍ସ ବୋଝେଇ ହାଇଓ୍ବା ଧକ୍କାରେ ସ୍କୁଟି ଚାଳକର ଗଲା ଜୀବନ । ସୂଚନା ଅନୁସାରେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁସାଡ଼ିହି ଗ୍ରାମପଞ୍ଚାୟତରୁ ରାସନ ଚାଉଳ ନେଇ ନିଜ ଗ୍ରାମ ପୋଖରିଆକୁ ଯାଉଥିବା ସ୍କୁଟି ଚାଳକକୁ ଦୃତ ଗତିରେ ଆସୁଥିବା ପିଚୁ ଚିପ୍ସ ବୋଝେଇ ହାଇଓ୍ବା ଚଢ଼ି ଯିବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକର ଜୀବନ ଚାଲି ଯାଇଥିଲା।

ଶରୀର ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ପଡ଼ିଥିବାବେଳେ ପ୍ରାୟ ଶହେ ମିଟର ଯାଏ ଘୋଷାଡ଼ି ନେଇଥିଲା । ମୃତକ ଜଣଙ୍କ ପୋଖୋରିଆ ଗ୍ରାମର ଘନଶ୍ୟାମ ନାଏକ(୫୫) ବୋଲି ଜଣା ପଡ଼ିଛି। ଦୁର୍ଘଟଣା ପରେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ଖନ୍ତ୍ ନୁଶାଡିହି ଗ୍ରାମ ଉନ୍ନୟନ ରାସ୍ତା ଅବରୋଧ କରିଥିଲେ । ଗାଡ଼ି ମାଲିକ ୧ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ପୋଲିସ ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।