ଭୁବନେଶ୍ଵର, ୩୦/୧୧ : ଭୁବନେଶ୍ଵର ଡିଜିପି/ଆଇଜିପି ସମ୍ମିଳନୀର ଦ୍ଵିତୀୟ ଦିନ। ଲୋକସେବା ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଅଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା, ନକ୍ସଲ ଦମନ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ବିଶେଷ କରି ସାଇବର ଅପରାଧ ଭଳି ଏକାଧିକ ସମସ୍ୟା ଉପରେ ମାନସମନ୍ଥନ କରାଯିବ। ଆଜି ଦ୍ଵିତୀୟ ଦିନରେ ୧୨ ଘଣ୍ଟା ଧରି ବିଚାର ବିମର୍ଶ ଚାଲିବ।