ଭୁବନେଶ୍ବର, ୦୭/୦୧: ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପାର୍ଥିବ ଶରୀର । ନ୍ୟୁଜ୍-7ର ବରିଷ୍ଠ ସାମ୍ବାଦିକାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶ ମଧ୍ୟରେ ପୁଅ ବିଘ୍ନେଶ ପଟ୍ଟନାୟକ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ।
ବରିଷ୍ଠ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ତାଙ୍କର ସମ୍ପର୍କୀୟ, ପରିବାର ଲୋକ, ନ୍ୟୁଜ-7ର ସମ୍ପାଦକ ଦେବ ନାରାୟଣ ସେଠୀ, ପୁରୀ ନ୍ୟୁଜ୍-7 ବ୍ୟୁରୋ ଚିଫ୍ ଚିତ୍ତରଞ୍ଜନ ମହାନ୍ତି ଏବଂ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପାତ୍ର, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ରବିନ୍ଦ୍ର ସାମଲ, ମଧୂସୁଦନ ମିଶ୍ର, ରାଜଶ୍ରୀ ସାହୁ, ପ୍ରତୀକ ଆଦିତ୍ୟ, ସୁଦର୍ଶନ ବାରିକ, ରୀତିକ ବିଶ୍ବାଳଙ୍କ ସହିତ ଅନ୍ୟାନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ।
ଗତକାଲି ପିପିଲି ମଙ୍ଗଳପୁର ନିକଟରେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ସହିତ ତାଙ୍କ ସହଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଥିଲା । ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ସହିତ ଅନ୍ୟ ମନ୍ତ୍ରୀ ମାନେ ଶୋକ ପ୍ରକାଶ କରିଥିଲେ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମଧ୍ୟ ଶିଲାଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଏହାଛଡ଼ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ହୋଇଛି। ଶିଲା ପଟ୍ଟନାୟକ ଜଣେ ଦକ୍ଷ ସାମ୍ବାଦିକା ଥିଲେ । ତାଙ୍କୁ ହରାଇ ସମ୍ପୂର୍ଣ୍ଣ ସାମ୍ବାଦିକ ଜଗତ ମର୍ମାହତ ହୋଇଛି ।