ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କଟକ ନେତାଜୀ ସେତୁରେ ସିରିଜ ଦୁର୍ଘଟଣା

Published By : Prameya | May 16, 2025 5:28 PM

କଟକ , ୧୬/୫ :  କଟକ ନେତାଜୀ ସେତୁରେ ସିରିଜ ଦୁର୍ଘଟଣା । ଏକ ଆଇଚର ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଅନ୍ୟ ୪ଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବୋଲେରୋ, ଗୋଟିଏ ଟାଟା ଜେଷ୍ଟ, ଗୋଟିଏ ଆଇ ଟେନ ଓ ଏକ ସ୍ବିଫ୍ଟ କାର ସାମାନ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି । 

ଖବରପାଇ ମର୍କତ ନଗର ପୋଲିସ ଘଟଣାସ୍ଥଳରେ ପହଂଚି ରାସ୍ତା ଜାମ ହଟାଇଛି । ଧକ୍କା ଦେଇଥିବା ଟ୍ରକକୁ ପୋଲିସ ଜବତ କରିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ ସୂଚନା ଦେଇଛନ୍ତି । ଏ ନେଇ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.