ନୂଆଦିଲ୍ଲୀ,୧୩/୦୫: ମଦ ଟ୍ରାଜେଡି । ପଞ୍ଜାବ ଅମୃତସର ମଝିଥାରେ ୩ ଗାଁରେ ମଦ ମୃତ୍ୟୁ ତାଣ୍ଡବ ଦେଖିବାକୁ ମିଳିଛି ।  ବିଶାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।  ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି ।  ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ଅଧିକ ଖୋଳତାଡ କରୁଛି ପଞ୍ଜାବ ପୋଲିସ ।

ଗତ ୧୧ ତାରିଖରେ ଗାଁର କିଛି ଲୋକ ମଦ ପିଇଥିଲେ । ଆଉ ଏହାର ପରଦିନ ସେମାନଙ୍କର ମୃତ୍ୟୁ ହୋଇଥିଲା । ଅମୃତସର ଏସଏସପି ମହିନ୍ଦର ସିଂହ କହିଛନ୍ତି, ଆମେ ଘଟଣାର ଖବର ପାଇବା ମାତ୍ର ତଦନ୍ତ ଆରମ୍ଭ କରିଛୁ । ରାତି ପ୍ରାୟ ୧୦ଟାରେ ଆମକୁ ଖବର ମିଳିଥିଲା । ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ପଚରାଉଚରା ଜାରି ରହିଛି ।

ମଦ ସାମ୍ପୁଲ ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି । ୧୪ ମୃତକ ଭଙ୍ଗାଲୀ, ମୁରାରୀ କଲା ଏବଂ ଥରିୟାବାଲ୍ ଗାଁର ହୋଇଥିବା ଜଣାପଡିଛି । ଯେଉଁମାନେ ମଦ ପିଇଥିଲେ ସୋମବାର ସକାଳୁ ସେମାନଙ୍କର ମୃତ୍ୟୁ ହୋଇଛି । ୨୦୨୪ରେ ସଙ୍ଗରୁରରେ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୦ରେ ୧୩୦ ଲୋକଙ୍କ ଜୀବନ ନେଇଥିଲା ବିଷାକ୍ତ ମଦ । ଏହା ସହିତ ୧୨ରୁ ଅଧିକ ଦୃଷ୍ଟିଶକ୍ତି ହରାଇଥିଲେ ।

ପଞ୍ଜାବ ମଝିଥା ଡିଆଇଜି ସତୀନ୍ଦର ସିଂହ କହିଛନ୍ତି, ଘଟଣାର ଖବର ପାଇବା ମାତ୍ର ତୁରନ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲୁ । ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ଅଭାବନୀୟ ଘଟଣାରେ କିଙ୍ଗପିନ୍‌ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।