ପ୍ରମୂଖ ଖବର
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

୩ ଗାଁରେ ବିଶାକ୍ତ ମଦ ମୃତ୍ୟୁ ତାଣ୍ଡବ; ଚାଲିଗଲା ୧୪ ଜୀବନ

Published By : Ankita S | May 13, 2025 10:37 AM

ନୂଆଦିଲ୍ଲୀ,୧୩/୦୫: ମଦ ଟ୍ରାଜେଡି । ପଞ୍ଜାବ ଅମୃତସର ମଝିଥାରେ ୩ ଗାଁରେ ମଦ ମୃତ୍ୟୁ ତାଣ୍ଡବ ଦେଖିବାକୁ ମିଳିଛି ।  ବିଶାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି ।  ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି ।  ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ଅଧିକ ଖୋଳତାଡ କରୁଛି ପଞ୍ଜାବ ପୋଲିସ ।

ଗତ ୧୧ ତାରିଖରେ ଗାଁର କିଛି ଲୋକ ମଦ ପିଇଥିଲେ । ଆଉ ଏହାର ପରଦିନ ସେମାନଙ୍କର ମୃତ୍ୟୁ ହୋଇଥିଲା । ଅମୃତସର ଏସଏସପି ମହିନ୍ଦର ସିଂହ କହିଛନ୍ତି, ଆମେ ଘଟଣାର ଖବର ପାଇବା ମାତ୍ର ତଦନ୍ତ ଆରମ୍ଭ କରିଛୁ । ରାତି ପ୍ରାୟ ୧୦ଟାରେ ଆମକୁ ଖବର ମିଳିଥିଲା । ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛି । ପଚରାଉଚରା ଜାରି ରହିଛି ।

ମଦ ସାମ୍ପୁଲ ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି । ୧୪ ମୃତକ ଭଙ୍ଗାଲୀ, ମୁରାରୀ କଲା ଏବଂ ଥରିୟାବାଲ୍ ଗାଁର ହୋଇଥିବା ଜଣାପଡିଛି । ଯେଉଁମାନେ ମଦ ପିଇଥିଲେ ସୋମବାର ସକାଳୁ ସେମାନଙ୍କର ମୃତ୍ୟୁ ହୋଇଛି । ୨୦୨୪ରେ ସଙ୍ଗରୁରରେ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୦ରେ ୧୩୦ ଲୋକଙ୍କ ଜୀବନ ନେଇଥିଲା ବିଷାକ୍ତ ମଦ । ଏହା ସହିତ ୧୨ରୁ ଅଧିକ ଦୃଷ୍ଟିଶକ୍ତି ହରାଇଥିଲେ ।

ପଞ୍ଜାବ ମଝିଥା ଡିଆଇଜି ସତୀନ୍ଦର ସିଂହ କହିଛନ୍ତି, ଘଟଣାର ଖବର ପାଇବା ମାତ୍ର ତୁରନ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲୁ । ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ଅଭାବନୀୟ ଘଟଣାରେ କିଙ୍ଗପିନ୍‌ ଏବଂ ସ୍ଥାନୀୟ ଲୋକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.