ମୁମ୍ବାଇ,୨/୭ : ବଲିଉଡ଼ର କିଙ୍ଗ୍ ଖାନ୍ ଏବଂ କୋଲକାତା ନାଇଟ ରାଇଡର୍ସ(KKR)ର ସହ- ମାଲିକ ଶାହରୁଖ ଖାନଙ୍କ ଏକ ବଡ଼ ସ୍ବପ୍ନ ସାକାର ହୋଇଛି । ସେ ଆମେରିକାର ଲସ୍ ଆଞ୍ଜେଲେସରେ ନାଇଟ ରାଇଡର୍ସ କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିଛନ୍ତି ।
ଏହି ଅବସରରେ ଶାହରୁଖ ସୋସିଆଲ ମିଡ଼ିଆରେ ଭାବୁକ ପୋଷ୍ଟ ସେୟାର କରି ଏହାକୁ ନିଜର ସ୍ବପ୍ନ ସତ ହେବା ଭଳି କହିଛନ୍ତି । ଶାହରୁଖ ଲେଖିଛନ୍ତି, ଯାହା ଏକ ସ୍ବପ୍ନ ଥିଲା, ତାହା ଆଜି ବାସ୍ତବତାରେ ପରିଣତ ହୋଇଛି । ଲସ ଆଞ୍ଜେଲେସର ନାଇଟ ରାଇଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଆପଣ ସମସ୍ତଙ୍କୁ ସ୍ବାଗତ। ସେ କହିଛନ୍ତି କି ଏହି ମୈଦାନ କେବଳ କ୍ରିକେଟ ଲାଗି ନୁହେଁ ବରଂ ମନୋରଞ୍ଜନ, ପରିବାର ଏବଂ ଏଭଳି ସ୍ମୃତି ଲାଗି ନିର୍ମାଣ କରାଯାଇଛି ଯାହା ସବୁବେଳେ ସାଥିରେ ରହିବ । ଶାହରୁଖ ଏହି ପ୍ରକଳ୍ପରେ ସହଯୋଗ ଲାଗି ICCର ଚେୟାରମ୍ୟାନ ଜୟ ଶାହ ଏବଂ ସଂଯୋଗ ଗୁପ୍ତାଙ୍କୁ ବିଶେଷ ଧନ୍ୟବାଦ ବି ଦେଇଛନ୍ତି । ସେ ଆଗକୁ ଲେଖିଛନ୍ତି କି ଏହି କ୍ରିକେଟ ଗ୍ରାଉଣ୍ଡ କେବଳ ଲସ ଆଞ୍ଜେଲେସର ଲୋକଙ୍କ ଲାଗି ନୁହେଁ ବରଂ ବିଶ୍ବ ସାରା କ୍ରିକେଟ ପ୍ରଶଂସକ ଏବଂ ପୂରା ନାଇଟ୍ ରାଇଡର୍ସ ପରିବାର ଲାଗି ସମର୍ପିତ ଅଟେ । ଏହାସହ ସେ ନିଜ ଲୋକ୍ରପ୍ରିୟ ବାର୍ତ୍ତା କହିଛନ୍ତି, ‘ବିଲିଭ ଇନ ପର୍ପଲ ଏଣ୍ଡ ଗୋଲ୍ଡ’ ।
ଶାହରୁଖ ଖାନଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡ଼ିଓରେ ସବୁଠାରୁ ଅଧିକ ଚର୍ଚ୍ଚା ଯେଉଁ ଖେଳାଳୀଙ୍କ ହେଉଛି ସେ ଅଲୀ ଖାନ୍ ଅଟନ୍ତି । ଅଲୀ ଖାନଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । କିନ୍ତୁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ସଂଯୁକ୍ତ ରାଜ୍ୟ ଆମେରିକାର ଟିମ୍ ଲାଗି ଖେଳୁଛନ୍ତି । ସେ ମେଜର ଲିଗ୍ କ୍ରିକେଟ (MLC)ରେ ଏଲଏ ନାଇଟ ରାଇଡର୍ସର ବି ଭାଗିଦାରୀ ଅଟନ୍ତି । ଭିଡ଼ିଓରେ ତାଙ୍କର ଉପସ୍ଥିତି କ୍ରିକେଟ ଫ୍ୟାନ୍ସଙ୍କ ଧ୍ୟାନ ନିଜ ଆଡ଼କୁ ଟାଣି ନେଇଛନ୍ତି । ମାତ୍ର ଭିଡ଼ିଓରେ ଓ୍ବେଷ୍ଟଇଣ୍ଡିଜର ଦୁଇ ଭେଟରାନ ଖେଳାଳୀ ଇଭେନ ବ୍ରାବୋ ଏବଂ ସୁନୀଲ ନରେନ ବି ନଜର ଆସିଛନ୍ତି । ଏହି ନୂଆ କ୍ରିକେଟ ଗ୍ରାଉଣ୍ଡ ଏଲଏ ନାଇଟ ରାଇଡର୍ସର ଅଫିସିଆଲ ହୋମ ଗ୍ରାଉଣ୍ଡ ହେବ । କୁହାଯାଉଛି କି ଏହାଦ୍ବାରା ଆମେରିକାରେ କ୍ରିକେଟକୁ ନୂଆ ପରିଚୟ ମିଳିବ ଏବଂ ମେଜର ଲିଗ କ୍ରିକେଟ(MLC) ବି ଏକ ନୂଆ ଶୀଖରକୁ ଛୁଇଁବ ।