ମୁମ୍ବାଇ,୦୭/୧୧: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନଙ୍କୁ ହତ୍ୟା ଧମକ । ସଲମାନ ଖାନଙ୍କ ପରେ ଏବେ ଶାହାରୁଖଙ୍କୁ ମିଳିଛି  ହତ୍ୟା ଧମକ । ତେବେ ଛତିଶଗଡର ରାୟପୁରରୁ ଏହି ଧମକ ଶାହାରୁଖ ଖାନଙ୍କୁ ମିଳିଥିବା କୁହାଯାଉଛି ।  ଯାହାକୁ ନେଇ ବର୍ତ୍ତମାନ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ତେବେ ମୁମ୍ବାଇ ପୋଲିସର ସୂଚନାନୁସାରେ, ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି । ଆଇପିସି ଧାରା  ୩୦୮ (୪), ୩୫୧(୩)(୪) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ସୂଚନାନୁସାରେ, ଛତିଶଗଡର ରାୟପୁରରୁ ଏହି ଧମକ ଶାହାରୁଖ ଖାନଙ୍କୁ ମିଳିଥିବା କୁହାଯାଉଛି । ରାୟପୁରର ଫୈଜାନ୍ ନାମକ ଜଣେ ବ୍ୟକ୍ତି ଏହି ଧମକ ଦେଇଥିବା କୁହାଯାଉଛି । ତେବେ କିଙ୍ଗ ଖାନଙ୍କୁ ହତ୍ୟା କରିବା ପାଇଁ ଧମକପୂର୍ଣ୍ଣ କଲ୍ ଗ୍ରହଣ କରିବା ପରେ ତୁରନ୍ତ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା । ମୁମ୍ବାଇ ପୋଲିସ ଟିମ ସଙ୍ଗେସଙ୍ଗେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।