PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ର‌ଥମ ଦିନରୁ ୧୦୦ କୋଟି କ୍ଳବରେ ସାମିଲ ହେଲା ଶାହାରୁଖ୍‌ଙ୍କ ‘ପଠାନ୍‌’; ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା ତାଲିକାରେ ପ୍ରଥମ

Image Courtesy: YRF

ମୁମ୍ବାଇ,୨୬/୦୧: ଦିର୍ଘ ୪ବର୍ଷର ବ୍ୟବଧାନ ପରେ ପୁଣି ବାଦଶାହା ରାଜ୍‌। ସିନେମାଘରେ ତାଙ୍କ ଏଣ୍ଟ୍ରୀରେ ହୋ ହଲ୍ଲା ମଚାଉଛନ୍ତି ଦର୍ଶକ। ଶାହାରୁଖ୍‌ ଖାନ୍…ନାମ୍‌ ହି କାଫି ହୈ। ବାସ୍‌ ବୁଧବାର ଓ୍ବାର୍ଲଡଓ୍ବାଇଡ ରିଲଜ୍‌ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ସିନେମା ‘ପଠାନ୍’। ଏହାକୁ ନେଇ ଅନେକ ବାଦ ବିବାଦ ବିରୋଧ ଲାଗି ରହିଥିଲେ ବି ପରିଶେଷରେ ଏହି ସିନେମା ରିଲିଜ୍‌ ହୋଇଛି। ଆଉ ରିଲିଜ୍‌ ହେଉ ହେଉ ସବୁ ରେକର୍ଡ ଭାଙ୍ଗି ସାରିଲାଣି ପଠାନ୍‌।

PATHAN

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ସିନେମା ‘ପଠାନ୍’ ପ୍ରଥମ ଦିନରେ ୫୭ କୋଟିରୁ ଅଧିକ ଆୟ କରିଥିବା ଅନୁମାନ କରାଯାଇଛି। ହିନ୍ଦୀରେ ୫୫ କୋଟି ଏବଂ ତେଲୁଗୁରେ ୨ କୋଟି କମାଇଥିବା କୁହାଯାଉଛି। ତେବେ ପ୍ରଥମ ଦିନରେ ‘ପଠାନ୍’ ସାରା ଭାରତରେ ୬୮ କୋଟି ପାର କରିଥିବା କୁହାଯାଉଛି। ଜାତୀୟ ସିନେମା ହଲ୍‌ଗୁଡ଼ିକରେ ଜବରଦସ୍ତ ଆୟ କରିଛି ସିନେମା ‘ପଠାନ୍‌’। ପୂର୍ବରୁ ରିଲିଜ ହୋଇଥିବା ହିନ୍ଦୀ ସିନେମା ଗୁଡ଼ିକ ମଧ୍ୟରେ ପଠାନ୍‌ ଗୋଟିଏ ଦିନରେ ସର୍ବାଧିକ ଆୟ କରିଥିବା କୁହାଯାଇଛି।

ଏହି ଖବର ମଧ୍ୟ ପଢ଼ନ୍ତୁ: ୮-୦ରେ ଜାପାନକୁ ମାତ୍‌ ହେଲା ଭାରତ; କ୍ବାଲିଫିକେସନ୍‌ ମ୍ୟାଚ୍‌ରେ ସଫଳତା

ସେହିପରି ଭାବରେ ବିଦେଶରେ ମଧ୍ୟ ପଠାନ୍‌ ସିନେମା ଭଲ ଆୟ କରିଛି। ପ୍ରଥମ ଦିନରେ ୨ ମିଲିୟମ ଆମେରିକୀୟ ଡଲାର କମାଇଛି ଶାହାରୁଖଙ୍କ ସିନେମା। ମିଳିଥିବା ସୂଚନା ମୁତାବକ ବିଦେଶରେ ପଠାନ୍‌ ପାଖାପାଖି ଭାରତୀୟ ମୁଦ୍ରାରେ ହିସାବ କଲେ ୩୫ କୋଟି ଟଙ୍କା ଆୟ କରିଛି। ସିନେମା ଯେଉଁଭଳି ଭାବରେ ଆୟ କରୁଚି, ତାହା ସପ୍ତାହକ ମଧ୍ୟରେ ୫୦୦ କୋଟି ପାର୍‌ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର