ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ବିବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ତେଜୁଛି କାର୍ଯ୍ୟାନୁଷ୍ଠାନ ଦାବି

Published By : Tapas Panda | November 14, 2024 9:23 PM

Image Courtesy: jagran

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଚ ଶୁଭେଚ୍ଛା ଜଣାଇ ଅଡ଼ୁଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସିରିଫ   । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ଏକ୍ସରେ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ପାକିସ୍ତାନରେ ବିବାଦ ଆରମ୍ଭ ହୋଇଯାଇଛି । ଏହାର କାରଣ ହେଉଛି ପାକିସ୍ତାନରେ ଏକ୍ସ ବ୍ୟାନ୍‌ ଥିବା ବେଳେ ଶେହବାଜ ସରିଫ ନିୟମ ଭଙ୍ଗ କରିଛନ୍ତି ।  ପ୍ରଧାନମନ୍ତ୍ରୀ ବ୍ୟାନ ହୋଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମକୁ କିଭଳି ବ୍ୟବହାର କରୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । 

“ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଚ ଟ୍ରମ୍ପଙ୍କ ଐତିହାସିକ ବିଜୟ ପାଇଁ ତାଙ୍କୁ ଚାରି ଆଡୁ ଅଭିନନ୍ଦନ । ପାକିସ୍ତାନ-ଆମେରିକାର ସହଭାଗିତାକୁ ଆହୁରି ମଜବୁତ ଓ ବ୍ୟାପକ କରିବା ନିମନ୍ତେ ମୁଁ ନୂତନ ପ୍ରଶାସନ ସହ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଅଛି” ବୋଲି ଏକ୍ସରେ ପୋଷ୍ଟ କରିଛନ୍ତି ଶେହବାଜ ସରିଫ । ଶେହବାଜ ସରିଫ ପୋଷ୍ଟ ତଳେ ଏକ କମ୍ୟୁନିଟି ନୋଟ ମଧ୍ୟ ଆସିଛି । ଯେଉଁଥିରେ ଲେଖାଅଛି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଭିପିଏନ୍ (ଭର୍ଚୁଆଲ ପ୍ରାଇଭେଟ୍‌ ନେଟଓ୍ବର୍କ) ସାହାଯ୍ୟରେ ଏହି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଏଭଳି କରି ପାକିସ୍ତାନରେ ଥିବା ନିୟମର ଉଲ୍ଳଂଘନ କରିଛନ୍ତି ପ୍ରଧାନମନ୍ତ୍ରୀ । 

ଚଳିତ ବର୍ଷ ଜାତୀୟ ସୁରକ୍ଷା କାରଣ ଦର୍ଶାଇ ଶେହବାଜ ସରିଫଙ୍କ ସରକାର ପାକିସ୍ତାନରେ ଏକ୍ସ ଉପରେ ବ୍ୟାନ ଲଗାଇଥିଲେ । କିନ୍ତୁ ଭିପିଏନ୍ ବ୍ୟବହାର କରି ଲୋକମାନେ ଏହି ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଭିପିଏନ୍ ବ୍ୟବହାର କରୁଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ପାକିସ୍ତାନରେ ଭିପିଏନର ବ୍ୟବହାର କରିବା ବେଆଇନ ଏବଂ ନିୟମର ଉଲ୍ଲଂଘନ କଲେ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏବେ ପ୍ରଶ୍ନ ଯେ, ଖୋଦ ପ୍ରଧାନମନ୍ତ୍ରୀ ନିୟମର ଉଲ୍ଲଂଘନ କରିଥିବା ବେଳେ ତାଙ୍କୁ ଦଣ୍ଡ ମିଳିବ କି ନାହିଁ ?

ସୋସିଆଲ ମିଡିଆ ଏକ୍ସର ମାଲିକ ହେଉଛନ୍ତି ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କ । ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ମସ୍କ ସମର୍ଥନ କରିବା ସହ ତାଙ୍କ ନିମନ୍ତେ ଖୋଲାଖୋଲି ଭାବେ ପ୍ରଚାର କରିଥିଲେ । ଟ୍ରମ୍ପ ନିର୍ବାଚନରେ ବିଜୟୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଆମେରିକାର ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ମସ୍କ ଆଗରେ ରହିଛନ୍ତି । ଟ୍ରମ୍ପଙ୍କ ସହ ସେ ମଧ୍ୟ ଅନେକ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.