ନୂଆଦିଲ୍ଲୀ ୧୮/୦୩: ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ। ତାଙ୍କର ଆଗାମୀ ଫିଲ୍ମ ‘କିଙ୍ଗ୍’କୁ ନେଇ ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି ସମସ୍ତେ। ହେଲେ ବ୍ୟାକ୍ ଟୁ ବ୍ୟାକ୍ ଅଭିନେତାଙ୍କ ଏତେ ସବୁ ଆକ୍ସନ ମୁଭି ପରେ ଫ୍ୟାନ୍ସ ଏବେ ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ତାଙ୍କର ଏହି ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ, କିଙ୍ଗ୍ ଫିଲ୍ମ ପରେ ଶାହରୁଖ ତାଙ୍କର ରୋମାଣ୍ଟିକ ଅନ୍ଦାକୁ ଫେରିବେ । ଶାହରୁଖଙ୍କୁ ସମ୍ପ୍ରତି ଏକ ରୋମାଣ୍ଟିକ ଫିଲ୍ମ ପାଇଁ ଯୋଗାଯୋଗ କରାଯାଇଛି। ଏକ ସୂତ୍ର ପ୍ରକାଶ କରିଛି ଯେ, ଏହା ତାଙ୍କର ପୂର୍ବ ଭୂମିକା ପରି ହେବ ନାହିଁ। ଏହା ଏକ ପରିପକ୍ୱ ପ୍ରେମ କାହାଣୀ ହେବ, ଯେଉଁଥିରେ ଭାବପ୍ରବଣ ଗଭୀରତା ଏବଂ ଡ୍ରାମା ରହିବ। ସୂତ୍ରଟି ଆହୁରି ମଧ୍ୟ କହିଛି, ଶାହରୁଖ ଖାନ ନିଜେ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ। ଫରାହ ଖାନ ଫିଲ୍ମର ନିର୍ଦ୍ଦେଶନା ଦେବେ। ତେବେ ଫିଲ୍ମ ସମ୍ପର୍କରେ ସମସ୍ତ ଘୋଷଣା ଜୁନ୍ ସୁଦ୍ଧା କରାଯିବ।

ସୂତ୍ର ଅନୁଯାୟୀ, ଏକାଧିକ ଆକ୍ସନ ଫିଲ୍ମ ପରେ, ଶାହରୁଖ ଏବେ ଶାରୀରିକ ଭାବରେ କଷ୍ଟକର ଭୂମିକା ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଗତ କିଛି ବର୍ଷ ଧରି ସାମାନ୍ୟ ଆଘାତ ପାଇବା ପରେ ସେ ଡାକ୍ତରୀ ପରାମର୍ଶ ପାଳନ କରୁଛନ୍ତି। ଏହି ରୋମାଣ୍ଟିକ ଡ୍ରାମା ତାଙ୍କ ପାଖକୁ ସଠିକ ସମୟରେ ଆସିଛି। ଶାହରୁଖ ଖାନ ଜାନୁଆରୀ କିମ୍ବା ଫେବୃଆରୀ ୨୦୨୭ ରେ ସୁଟିଂ ଆରମ୍ଭ କରିବାର ଯୋଜନା ରହିଛି।

ଆହୁରି ପଢ଼ନ୍ତୁ...୨୩ ବର୍ଷ ପରେ ବି ‘ଭୂତ୍’ ଆପାର୍ଟମେଣ୍ଟ ଖାଲି, ସୁଟ୍ ହୋଇଥିଲା ରାମ ଗୋପାଲଙ୍କ ଫିଲ୍ମ