ସମ୍ବଲପୁର,୨୪/୦୭: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଗୁରୁବାର ସକାଳ ୯ଟା ୨୨ରେ ସମ୍ବଲପୁର ଜଙ୍କସନ ଏବଂ ସିଟି ଷ୍ଟେସନ ମଧ୍ୟରେ ଧାରଣାରୁ ଖସିଯାଇଛି ଟ୍ରେନ୍ । ଜେନେରାଲ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଲଓ୍ବେ ।
ଶାଲିମାର-ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଭୁବନେଶ୍ବରରୁ ସମ୍ବଲପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି । ତେବେ ଦୁର୍ଘଟଣା ଯୋଗୁ ସମାନ ଲାଇନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ପୂର୍ବତଟ ରେଲଓ୍ବେର ଅଧିକାରୀ ଏବଂ ବୈଷୟିକ ଟିମ୍ ଘଟଣାସ୍ଥଳର ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟରେ ଆରମ୍ଭ କରିଛନ୍ତି । କେଉଁ କାରଣ ଦୁର୍ଘଟଣା ଘଟିଲା ତାହା ଏବେ ଅସ୍ପଷ୍ଟ ରହିଛି । ଏନେଇ ରେଳ ବିଭାଗ ତଦନ୍ତ ଚଳାଇଛି ।