ଭୁବନେଶ୍ଵର, ୧୭/୦୪ : ଶନି ଦେବ କର୍ମ ହିସାବରେ ଫଳ ଦିଅନ୍ତି। ମଣିଷକୁ ତାର ସବୁ ଭଲ ଏବଂ ଖରାପ କର୍ମର ଫଳ ମିଳେ। ଏଥିପାଇଁ ଶନିଙ୍କ ରାଶି କିମ୍ଵା ନକ୍ଷତ୍ର ପରିବର୍ତ୍ତନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଶନି ଦେବଙ୍କ ଗ୍ରହ ଚଳନ ହେଲେ ସମସ୍ତ ୧୨ ରାଶି ଉପରେ ଏହାର ପ୍ରଭାବ ପଡେ। ଆଜି ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରର ଚତୁର୍ଥ ଚରଣରେ ପ୍ରବେଶ କରିବେ। ପ୍ରାୟ ୧୭ ମେ ଯାଏଁ ଅବସ୍ଥାନ କରିବେ। ଆଜି ବୈଶାଖ ଅମାବାସ୍ୟା ହୋଇଥିବାରୁ ସ୍ନାନ ଏବଂ ଦାନ ପାଇଁ ଖୁବ୍ ଶୁଭ ବୋଲି କୁହାଯାଉଛି।
ଜ୍ୟୋତିଷ ଗଣନା ଅନୁସାରେ ଏହି ସମୟ କିଛି ରାଶି ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ବିଶେଷ କରି ୪ଟି ରାଶି ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏହି ୪ ରାଶି ଖୁବ୍ ସାବଧାନତାର ସହ ରହିବାକୁ ପଡ଼ିବ। ତେବେ ଜାଣନ୍ତୁ କେଉଁ ରାଶିଙ୍କ ଉପରେ ପଡ଼ିବ ଶନି ଦେବଙ୍କ ପ୍ରଭାବ-
ମେଷ ରାଶି : ମେଷ ରାଶିରେ ପୂର୍ବରୁ ଶନି ସାଢେସାତି ପ୍ରଭାବ ରହିଛି। ଏବେ ଶନି ଦେବଙ୍କ ଗ୍ରହ ଚଳନ ପରେ ଆହୁରି ସତର୍କତାର ସହ ରହିବାକୁ ପଡ଼ିବ। କ୍ୟାରିଅରରେ ଅଚାନକ ପରିବର୍ତ୍ତନ ଘଟିବ। ବାଧାବିଘ୍ନ ଆସିବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ କିମ୍ବା ଟଙ୍କା କାରବାର କରିବା ପୂର୍ବରୁ ବୁଝି ବିଚାରି କରିବେ।
କର୍କଟ ରାଶି : କର୍କଟ ରାଶି ପାଇଁ ଏହି ସମୟ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଚାକିରି କିମ୍ଵା କାମରେ ଅସ୍ଥିରତା ଦେଖାଦେବ। ପରିବାରରେ ଭେଦଭାବ ବଢିବ। ଏଥିପାଇଁ ଶାନ୍ତ ରୁହନ୍ତୁ, ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ। ମାନସିକ ସନ୍ତୁଳନ ରଖିବାକୁ ଚେଷ୍ଟା କରନ୍ତୁ।
ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ଵାସ ଟିକେ କମିପାରେ। କାର୍ଯ୍ୟରେ ବିଳମ୍ଵ ହୋଇପାରେ। ପରିଶ୍ରମର ଫଳ ତୁରନ୍ତ ମିଳିବ ନାହିଁ। ତେଣୁ ଧର୍ଯ୍ୟ ସହକାରେ ଲଗାତର ଚେଷ୍ଟା ଜାରି ରଖନ୍ତୁ। ଖୁବଶୀଘ୍ର ସ୍ଥିତି ବଦଳିବ।
ମକର ରାଶି : ଏହି ରାଶିର ବ୍ୟକ୍ତିମାନଙ୍କର ଖର୍ଚ୍ଚ ଅଚାନକ ବଢିବ। ସ୍ଵାସ୍ଥ୍ୟ ସମସ୍ୟା ଉପୁଯିପାରେ। ସମସ୍ୟା ବଢିପାରେ। ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ନିଜ ଦିନଚର୍ଯ୍ୟା ବିଶେଷକରି ଖାଦ୍ୟ-ପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।
ଏହି ଖବରଟିକୁ ପଢନ୍ତୁ- Horoscope Today: ଆଜି ଏହି ରାଶିର ବ୍ୟକ୍ତି ଋଣ ଦେବା ନେବାରେ ସତର୍କ ରୁହନ୍ତୁ...