ନୂଆଦିଲ୍ଲୀ, ୧୮/୦୪: ଆଇପିଏଲ ଏକ ମିଳନର  ଋତୁ । ହୃଦୟ ଭାଙ୍ଗିଥିଲେ ପୁଣି ଯୋଡ଼ିବାର ବେଳ ।  ପୂର୍ବରୁ ଏମିତି ବହୁ ଦୃଷ୍ଟାନ୍ତ ରହିଛି । ଏବେ ୟୁଝବେନ୍ଦ୍ର  ଚହଲ ଏବଂ ଶିଖର ଧାୱନଙ୍କୁ ନେଇ ସେମିତି କିଛି ଚର୍ଚ୍ଚା  ହେଉଛି । ସୋସିଆଲ ମିଡିଆରେ କେତେ କ’ଣ କଥା  ଚାଲିଛି । ଫଟୋ ବି ଭାଇରାଲ ହେଉଛି । ଦୁହିଁଙ୍କ ବିବାହ  ବିଚ୍ଛେଦ ପରେ ପୁଣି ସେମାନେ ପ୍ରେମରେ ପଡ଼ିଛନ୍ତି ।  

ପ୍ରଥମେ ଚହଲଙ୍କ କଥା, ଖୁବ ଅଳ୍ପ ଦିନ ମଧ୍ୟରେ  ଚହଲ ଓ ଧନଶ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି  ହେବା ସହ ବିଚ୍ଛେଦ ହେଲା । ବିଚ୍ଛେଦର କାରଣ ସେମାନେ  ଖୋଲି କହି ନଥିଲେ । କିନ୍ତୁ ଯାହା ଜଣା ପଡ଼ିଥିଲା ଯେ,  ଧନଲକ୍ଷ୍ମୀ ମୁମ୍ବାଇରେ ରହିବାକୁ ଚାହୁଁଥିଲେ କିନ୍ତୁ ଚହଲ  ଏଥିରେ ସହମତି ପ୍ରକାଶ କଲେ ନାହିଁ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଲା ଏବଂ ଶେଷରେ ବିଚ୍ଛେଦ ହେଲା ।  

ବିଚ୍ଛେଦର ଖୁବ ଅଳ୍ପ ଦିନ ମଧ୍ୟରେ ଚହଲ ଜଣେ  ଯୁବତୀଙ୍କ ସହ ନଜରକୁ ଆସିଥିଲେ । ଯୁବତୀ ଜଣଙ୍କ  ଥିଲେ ରେଡିଓ ଜୋକି ମହବଶ । ସେମାନଙ୍କ ଭିତରେ  ପ୍ରେମ ସଂପର୍କ ଗଢ଼ି ଉଠିଛି । ଚହଲଙ୍କ ସହ ବାରମ୍ବାର  ମହବଶ ନଜରକୁ ଆସୁଛନ୍ତି । ସୋସିଆଲ ମିଡିଆରେ  ତାଙ୍କ ଖେଳକୁ ପ୍ରଶଂସା କରୁଛନ୍ତି । ତେଣୁ ଯାହା ଆଶା  କରାଯାଉଛି ଉଭୟ ହୁଏତ ବିବାହ କରିପାରନ୍ତି ।  ଚହଲଙ୍କ ସହ ବନ୍ଧୁତା ପୂର୍ବରୁ ମହବଶ ୩ ଜଣଙ୍କୁ ପ୍ରେମ  କରିଥିଲେ । ସେମାନେ ସମସ୍ତେ କାଳେ ତାଙ୍କୁ ଧୋକା  ଦେଇଛନ୍ତି । ଚହଲ ହେଉଛନ୍ତି ତାଙ୍କର ଚତୁର୍ଥ ପ୍ରେମିକ । 

ଶିଖର ଧାୱନ ଆଇପିଏଲ ଖେଳୁ ନାହାନ୍ତି ।  ୨୦୨୧ରେ ତାଙ୍କର ଆୟେଶା ମୁଖାର୍ଜୀଙ୍କ ସହ ବିବାହ  ବିଚ୍ଛେଦ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଅଛି ।  ବିଚ୍ଛେଦ ପରେ ପୁଅ ମାଆ ପାଖରେ ରହୁଛି । ଦୀର୍ଘ ୪  ବର୍ଷ ହେଲା ଧାୱନ ନିଃସଙ୍ଗ ଜୀବନ ବିତାଉଛନ୍ତି । ଏ  ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି । କିନ୍ତୁ ଏଇ ନିକଟରେ  ଧାୱନଙ୍କ ସହ ଦୁଇ ଜଣ ଚର୍ଚ୍ଚିତ ମହିଳାଙ୍କ ନାମ ଯୋଡ଼ା  ଯାଉଛି । ହୁଏତ ଏହି ଦୁଇ ମହିଳାଙ୍କ ମଧ୍ୟରୁ ସେ  ଜଣଙ୍କୁ ହୃଦୟ ଦେଇ ସାରିଛନ୍ତି । ତାଙ୍କୁ ବିବାହ କରିବେ ।  ସେମାନଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ଦିଶା ପଟାନି  ଓ ଆୟର୍ଲାଣ୍ଡର ସୋଫି ସାଇନ । ସାଇନିଙ୍କ ସହ ତାଙ୍କର  ଏକାଧିକ ଫଟୋ ଭାଇରାଲ ହେଉଛି । ହୁଏତ ତାଙ୍କୁ ହିଁ  ଧାୱନ ବିବାହ କରିବେ ବୋଲି କୁହାଯାଉଛି ।