ମୁମ୍ୱାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦୁନିଆରୁ ଯିବାର ପ୍ରାୟ ଛଅ ବର୍ଷ ବିତି ସାରିଛି। କିନ୍ତୁ ତାଙ୍କର ସଂପର୍କୀୟ ଓ ପ୍ରଶଂସକମାନେ ଆଜି ବି ତାଙ୍କୁ ମନେ ପକାଉଛନ୍ତି , ଆଉ ସେହି ଦୁଃଖରୁ ବାହାରି ପାରି ନାହାଁନ୍ତି। ଫିଲ୍ମ ‘ଛିଛୋରେ’ ରେ ସୁଶାନ୍ତଙ୍କ ସହ କାମ କରିଥିବା ଲୋକପ୍ରିୟ ଅଭିନେତା ଶିଶିର ଶର୍ମା ନିକଟରେ ଦିବଙ୍ଗତ ଅଭିନେତାଙ୍କୁ ମନେପକାଇ କିଛି ଭାବପ୍ରବଣର କଥା କହିଛନ୍ତି।

ସିଦ୍ଧାର୍ଥ କନ୍ନନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ସାକ୍ଷାତକାର ଅବସରରେ ଶିଶିର ଶର୍ମା ,ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଅନେକ କଥା ପ୍ରକାଶ କରିଛନ୍ତି। ଯେବେ ତାଙ୍କୁ ସିଧା ପ୍ରଶ୍ନ କରାଯାଇ ଥିଲା ଯେ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଆପଣ କଣ ଭାବୁଛନ୍ତି ? ସୁଶାନ୍ତିଙ୍କୁ ମନେପକାଇ ସେ କହିଥିଲେ – ମୋର ମନେହେଉ ନାହିଁ ଯେ, ସେ ଏମିତି ମଣିଷ ଥିଲେ , ଯିଏ ଏପରି ପଦକ୍ଷେପ ନେବେ। ସେ ସୁଶାନ୍ତଙ୍କୁ ଜଣେ ବୁଦ୍ଧିମାନ ଓ ଶାନ୍ତ ବ୍ୟକ୍ତି ଭାବେ କହିଛନ୍ତି, ଯିଏ ନିଜ କାମ ଓ ଜୀବନକୁ ନେଇ ଖୁବ୍ ଗମ୍ଭୀର ଥିଲେ।

୨୦୨୦ ମସିହାର ସେହି କଳା ଦିନକୁ ମନେପକାଇ ଶିଶିର ଶର୍ମା ଭାବୁକ ହୋଇ ଗଲେ। ସେ କହିଲେ , ଯେବେ ସେ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିଲେ ,ସେହି ଦୁଃଖକୁ ସମ୍ଭାଳି ପାରିଲେ ନାହିଁ ଏବଂ ଆଖିରୁ ଲୁହ ଚାଲି ଆସିଲା। ତାଙ୍କ ପକ୍ଷେ ଏହି କଥାରେ ବିଶ୍ୱାସ କରିବା ସମ୍ଭବ ନଥିଲା ଯେ, ଏତେ ପ୍ରତିଭାବାନ ଓ ଦକ୍ଷ ଅଭିନେତା ଥିଲେ, ଏତେ ଶୀଘ୍ର ଏହି ଦୁନିଆକୁ ଅଲବିଦା କରି ଦେଲେ। ଶିଶିର ଏକଥା ବି କହିଥିଲେ ଯେ, ଏହି ଗଭୀର ଦୁଃଖ ଓ କ୍ଷତିକୁ ସ୍ୱୀକାର କରିବାରେ ତାଙ୍କୁ ନିଜକୁ ବୁଧାଇବାରେ ବହୁତ ସମୟ ଲାଗିଗଲା।

ସାକ୍ଷାତକାର ବେଳେ ଶିଶିର ଏହି ପୂରା ଘଟଣା ପଛର ଅସମାପ୍ତ ଦିଗ ଉପରେ ମଧ୍ୟ ନିଜର ମତ ରଖିଥିଲେ। ସେ କହିଥିଲେ , କିଛି ତ କାରଣ ଥିବ , ଏମିତି କିଏ ଆତ୍ମହତ୍ୟା କରି ପାରେ। ଆମେ ଏହି ବିଷୟରେ କଣ କହି ପାରିବା?ଶିଶିର କହିଛନ୍ତି ଏହା ପଛରେ ନିଶ୍ଚୟ କୌଣସି ଏକ ବଡ଼ କାରଣ ଥିବ , ନୁହେଁତ କେହି ବି ବ୍ୟକ୍ତି ଏମିତି ପଦକ୍ଷେପ ନେବ ନାହିଁ। ଏହା ଖୁବ୍ ଦୁର୍ଭାଗ୍ୟଜନକ ଯେ, ଜଣେ ଭଲ କଳାକାରଙ୍କ ସହ ଏମିତି ଘଟିଲା, ଯାହାଙ୍କର ଆକ୍ଟିଂକୁ ନେଇ ଏତେ ଆଗ୍ରହ ଥିଲା।ସେ ଏମ.ଏସ. ଧୋନୀ : ଦ ଅନଟୋଲ୍ଡ ଷ୍ଟୋରୀ ଭଳି ଫିଲ୍ମରେ ସୁଶାନ୍ତଙ୍କ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଥିଲେ।

ଉଲ୍ଲେଖନୀୟ ଯେ, ସୁଶାନ୍ତି ସିଂହ ରାଜପୁକ ୧୪ ଜୁନ , ୨୦୨୦ରେ ମୁମ୍ୱାଇର ବାନ୍ଦ୍ରା ଅଞ୍ଚଳରେ ତାଙ୍କ ଫ୍ଲାଟରେ ମୃତ ଭାବେ ମିଳିଥିଲେ। ମୁମ୍ୱାଇର କୁପର ହସ୍ପିଟାଲରେ କରାଯାଇ ଥିବା ପୋଷ୍ଟମର୍ଟମର ରିପୋର୍ଟରେ ମୃତ୍ୟୁର କାରଣ ‘ଏସ୍ଫିକ୍ସିଆ’ ଅର୍ଥାତ୍ ଶ୍ୱାସରୁଦ୍ଧ କୁହାଯାଇ ଥିଲା, ଯାହା ପରେ ଯାଞ୍ଚ ଏଜେନ୍ସିମାନେ ଏହାକୁ ଆତ୍ମହତ୍ୟାର ମାମଲା କହିଥିଲେ। ହେଲେ ସୁଶାନ୍ତଙ୍କ ପରିବାର ଏହି ଥିଓରୀକୁ ସ୍ୱୀକାର କରି ନଥିଲେ ଏବଂ ଏହାର ତତ୍କାଳୀନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବାର ମାମଲା ରୁଜୁ କରାଇ ଥିଲେ। ଏହାପରେ ହ୍ୱାଟ୍ସଆପ୍ ଚ୍ୟାଟ୍ ଆଧାରରେ ଡ୍ରଗ୍ସର ଦିଗ ମଧ୍ୟ ସାମ୍ନାକୁ ଆସିଛି, ଯାହାର ଯାଞ୍ଚ ଅଲଗା ଭାବେ ଆରମ୍ଭ ହୋଇଥିଲା।

ଆହୁରି ମଧ୍ୟ ପଢନ୍ତୁ : ଏହି ରୋମାଣ୍ଟିକ୍ ଗୀତ ଗାଇବା ବେଳେ ମହମ୍ମଦ ରଫି ଓ ଲତା ମଙ୍ଗେସକର କଥା ହେଉ ନଥିଲେ ...ଗୀତ ଶୁଣି କାନ୍ଦି ପକାଇଲେ ସିଙ୍ଗର

ଦେଖନ୍ତୁ ଏହି ଭିଡିଓ - କାହିଁକି ବର୍ବାଦ ହୋଇଗଲା ' ବେତାଳ 'ଙ୍କ କ୍ୟାରିୟର ?