ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହାରାଷ୍ଟ୍ରରେ ମହାୟୁତି ସୁନାମି, ଟ୍ରେଣ୍ଡ ଦେଖି କିଛି ତ ଗଡବଡ ହୋଇଛି କହିଲେ ସଞ୍ଜୟ ରାୱତ

Published By : Ankita S | November 23, 2024 12:27 PM

ମୁମ୍ବାଇ,୨୩/୧୧: କାହା ସପକ୍ଷରେ ଯିବ ମୁମ୍ବାଇ ଜନାଦେଶ । କିଏ ମାରିବ ବାଜି । କାହାର ହେବ ମହାରାଷ୍ଟ୍ର କିଏ ଗଢିବ ସରକାର । କିଛି ଘଣ୍ଟା ପରେ ଏହି ପ୍ରଶ୍ନର ଉତ୍ତର ମିଳିଯିବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ରାଜ୍ୟରେ ମହାୟୁତିର ସୁନାମି ଦେଖିବାକୁ ମିଳିଛି । ଏନଡିଏ ମେଣ୍ଟ ମହାୟୁତି ୨୦୦ ପାର କରିଛି । ବଡ ବିଜୟ ଅଭିମୁଖେ ଆଗକୁ ବଢୁଛି ଦଳ । ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି କିଛି ଭୁଲ ହୋଇଥିବା ଜଣାପଡୁଛି । କିଛି ଗଡବଡ ହୋଇଛି ।

ମହାରାଷ୍ଟ୍ର ଭୋଟ କାଉଣ୍ଟିଂ ଜାରି ରହିଛି । ୨୦୦ ଆସନରେ ଆଗୁରେ ଲିଡ କରୁଛି ମହାୟୁତି । ମହା ବିକାଶ ଅଘାଡିର ବଡ ବିପର୍ଯ୍ୟୟ ହୋଇଥିବା ଦେଖିବାକୁ ମିଳିଛି । ଏହି ଟ୍ରେଣ୍ଡ ଆସିଲା ପରେ  ଶିବସେନା ନେତା ସଞ୍ଜୟ ରାୱତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,  ଆମେ ଯାହା ଦେଖୁଛୁ ଯାହା  ଜଣାପଡୁଛି କିଛି ଗଡବଡ ହୋଇଛି । ଏହା ଲୋକଙ୍କ ନିଷ୍ପତ୍ତି ନୁହେଁ । ସମସ୍ତ ବୁଝି ପାରୁଛନ୍ତି କିଛି ତ  ଭୁଲ ହୋଇଛି । ସେମାନେ କଣ କରିଛନ୍ତି ଯେ ୧୨୦ ଆସନରୁ ଅଧିକ ଆସନ ହାତେଇବ । ଏ ନିଷ୍ପତ୍ତି ଜନତାଙ୍କର ନୁହେଁ କିଛି ତ ଗଡବଡ ହୋଇଛି ।

ସେ ଆହୁରି କହିଛନ୍ତି, ମହାରାଷ୍ଟ୍ର ହେଉ ବା ଅନ୍ୟ ରାଜ୍ୟ ସବୁଠି ଗଡବଡ ହୋଇଛି । ବିଧାନସଭାରେ କୌଣସି ବିପକ୍ଷ ନେତା ନ ରୁହନ୍ତୁ ମୋଦି ଓ ଶାହା ଚାହୁଁଥିଲେ । ଏହା ତାଙ୍କର ଷ୍ଟ୍ରେଟେଜୀ । ଏହା ଲୋକଙ୍କ ନିଷ୍ପତ୍ତି ନୁହେଁ । ଏ ରାଜ୍ୟର ଲୋକ ବେଇମାନ ନୁହନ୍ତି । ଏମତି କରି ସେ ରାଜ୍ୟବାସୀଙ୍କୁ ବେଇମାନ ଦର୍ଶାଇଛନ୍ତି ।  ବିଜେପିକୁ ୧୨୫ ଆସନ ମିଳିବ ଏହା ସମ୍ଭବ ନୁହେଁ ।

ରିପୋର୍ଟ ଲେଖା ହେବା ସୁଦ୍ଧା, ମହାରାଷ୍ଟ୍ରରେ ମହାୟୁତି ଦଳ ୨୧୫ଟି ଆସନରେ ଆଗରେ ରହିଛି । ଏମଭିଏ ୬୧ ଆସନରେ ଆଗୁଆ ରହିଛି ।  ହେବିୱେଟ ପ୍ରାର୍ଥୀ ଏକନାଥ ସିନ୍ଦେ କୋପରୀ ପଚପୋଖଡି ଆସନରେ ଆଗୁଆ ରହିଛନ୍ତି । ସାଉଥ-ୱେଷ୍ଟ ନାଗପୁରରେ ହେବିୱେଚ ଦେବେନ୍ଦ୍ର ଫର୍ଣ୍ଣାଭିସ ଆଗରେ ରହିଛନ୍ତି । ଅଜିତ୍ ପାୱାର ବି ଆଗୁଆ ରହିଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.