ମୁମ୍ବାଇ,୨୩/୧୧: କାହା ସପକ୍ଷରେ ଯିବ ମୁମ୍ବାଇ ଜନାଦେଶ । କିଏ ମାରିବ ବାଜି । କାହାର ହେବ ମହାରାଷ୍ଟ୍ର କିଏ ଗଢିବ ସରକାର । କିଛି ଘଣ୍ଟା ପରେ ଏହି ପ୍ରଶ୍ନର ଉତ୍ତର ମିଳିଯିବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ରାଜ୍ୟରେ ମହାୟୁତିର ସୁନାମି ଦେଖିବାକୁ ମିଳିଛି । ଏନଡିଏ ମେଣ୍ଟ ମହାୟୁତି ୨୦୦ ପାର କରିଛି । ବଡ ବିଜୟ ଅଭିମୁଖେ ଆଗକୁ ବଢୁଛି ଦଳ । ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି କିଛି ଭୁଲ ହୋଇଥିବା ଜଣାପଡୁଛି । କିଛି ଗଡବଡ ହୋଇଛି ।

ମହାରାଷ୍ଟ୍ର ଭୋଟ କାଉଣ୍ଟିଂ ଜାରି ରହିଛି । ୨୦୦ ଆସନରେ ଆଗୁରେ ଲିଡ କରୁଛି ମହାୟୁତି । ମହା ବିକାଶ ଅଘାଡିର ବଡ ବିପର୍ଯ୍ୟୟ ହୋଇଥିବା ଦେଖିବାକୁ ମିଳିଛି । ଏହି ଟ୍ରେଣ୍ଡ ଆସିଲା ପରେ  ଶିବସେନା ନେତା ସଞ୍ଜୟ ରାୱତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି,  ଆମେ ଯାହା ଦେଖୁଛୁ ଯାହା  ଜଣାପଡୁଛି କିଛି ଗଡବଡ ହୋଇଛି । ଏହା ଲୋକଙ୍କ ନିଷ୍ପତ୍ତି ନୁହେଁ । ସମସ୍ତ ବୁଝି ପାରୁଛନ୍ତି କିଛି ତ  ଭୁଲ ହୋଇଛି । ସେମାନେ କଣ କରିଛନ୍ତି ଯେ ୧୨୦ ଆସନରୁ ଅଧିକ ଆସନ ହାତେଇବ । ଏ ନିଷ୍ପତ୍ତି ଜନତାଙ୍କର ନୁହେଁ କିଛି ତ ଗଡବଡ ହୋଇଛି ।

ସେ ଆହୁରି କହିଛନ୍ତି, ମହାରାଷ୍ଟ୍ର ହେଉ ବା ଅନ୍ୟ ରାଜ୍ୟ ସବୁଠି ଗଡବଡ ହୋଇଛି । ବିଧାନସଭାରେ କୌଣସି ବିପକ୍ଷ ନେତା ନ ରୁହନ୍ତୁ ମୋଦି ଓ ଶାହା ଚାହୁଁଥିଲେ । ଏହା ତାଙ୍କର ଷ୍ଟ୍ରେଟେଜୀ । ଏହା ଲୋକଙ୍କ ନିଷ୍ପତ୍ତି ନୁହେଁ । ଏ ରାଜ୍ୟର ଲୋକ ବେଇମାନ ନୁହନ୍ତି । ଏମତି କରି ସେ ରାଜ୍ୟବାସୀଙ୍କୁ ବେଇମାନ ଦର୍ଶାଇଛନ୍ତି ।  ବିଜେପିକୁ ୧୨୫ ଆସନ ମିଳିବ ଏହା ସମ୍ଭବ ନୁହେଁ ।

ରିପୋର୍ଟ ଲେଖା ହେବା ସୁଦ୍ଧା, ମହାରାଷ୍ଟ୍ରରେ ମହାୟୁତି ଦଳ ୨୧୫ଟି ଆସନରେ ଆଗରେ ରହିଛି । ଏମଭିଏ ୬୧ ଆସନରେ ଆଗୁଆ ରହିଛି ।  ହେବିୱେଟ ପ୍ରାର୍ଥୀ ଏକନାଥ ସିନ୍ଦେ କୋପରୀ ପଚପୋଖଡି ଆସନରେ ଆଗୁଆ ରହିଛନ୍ତି । ସାଉଥ-ୱେଷ୍ଟ ନାଗପୁରରେ ହେବିୱେଚ ଦେବେନ୍ଦ୍ର ଫର୍ଣ୍ଣାଭିସ ଆଗରେ ରହିଛନ୍ତି । ଅଜିତ୍ ପାୱାର ବି ଆଗୁଆ ରହିଛନ୍ତି ।