ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ପୂର୍ବରୁ ଦୀପିକାଙ୍କ ଥିଲା କି ଝିଅ ? ଶୋଏବ୍‌ ଇବ୍ରାହିମ୍‌ କଲେ ଖୁଲାସା

Published By : Harapriya Sethi | February 7, 2025 9:37 AM

ମୁମ୍ୱାଇ,୦୭/୦୨: ଇଣ୍ଡିଆନ୍‌ ଟିଭି କଳାକାର ଦୀପିକା କକ୍କଡ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ‘ସସୁରାଲ୍‌ ସିମର୍‌ କା’ ଠାରୁ ଆରମ୍ଭ କରି ‘ଘର୍‌ ଘର୍‌ ମୈ’ ଭଳି ଟିଭି ସିରିଅଲ୍‌ରେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଦୀପିକା । କେବଳ ଟିଭି ଶୋ ନୁହେଁ, ଅନେକ ଗୁଡ଼ିଏ ରିଆଲିଟି ଶୋରେ ମଧ୍ୟ ସେ ଭାଗ ନେଇଛନ୍ତି । ବର୍ତ୍ତମାନ ତାଙ୍କୁ 'ସେଲିବ୍ରିଟି ମାଷ୍ଟର ସେଫ୍‌'ରେ ମଧ୍ୟ ଦେଖିବାକୁ ମିଳୁଛି । 

ଏହି କଳାକାର କେବଳ ତାଙ୍କ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ, ନିଜର ପର୍ସନାଲ୍‌ ଲାଇଫ୍‌ ପାଇଁ ମଧ୍ୟ ସେ ଅନେକ ସମୟରେ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି । ଅନେକ ଥର ତାଙ୍କ ବ୍ୟକ୍ତିଗତ ଜୀବନ ବିଶେଷ କରି ବୈବାହିକ ଜୀବନ ଉପରେ ପ୍ରଶ୍ନ ଉଠିଛି । ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ ବିବାହ ପାଇଁ ତାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । କେବଳ ତାହା ନୁହେଁ, ପ୍ରଥମ ସ୍ୱାମୀ ରୌନକଙ୍କ ସହ ବିବାହ ବନ୍ଧନରେ ଥିବା ବେଳେ ତାଙ୍କର ଗୋଟେ ଝିଅ ହୋଇଥିଲା ବୋଲି ମଧ୍ୟ ଗୁଜବ ପ୍ରଚାର ହୋଇଥିଲା । ଏହିସବୁ ଖବର ଉପରେ ଦୀପିକାଙ୍କ ଦ୍ୱିତୀୟ ସ୍ୱାମୀ ଶୋଏବ ଇବ୍ରାହିମ୍‌ ନିଜର ମୁହଁ ଖୋଲିଛନ୍ତି । 

ନିକଟରେ ଜଣେ ଫ୍ୟାନ୍‌ ଶୋଏବ୍‌ଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଶୋଏବ୍‌ ଇବ୍ରାହିମ୍‌ ଏକ ୟୁ-ଟ୍ୟୁବ୍‌ ବ୍ଲଗ୍‌ ମାଧ୍ୟମରେ ଦେଇଛନ୍ତି । ଶୋଏବ୍‌ କହିଛନ୍ତି ଯେ, ବିଗତ କିଛି ବର୍ଷ ଧରି ଆମକୁ ଏକ ପ୍ରଶ୍ନ ଚିନ୍ତାରେ ପକାଇଛି । ତେଣୁ ଆମେ ଏହାର ଉତ୍ତର ଦେଉଛୁ । ମୋ କଥାରେ ଯିଏ ସହମତ ହେବାକୁ ଚାହୁଁଛନ୍ତି, ସେମାନେ ସହମତ ହୁଅନ୍ତୁ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ସେମାନେ ନକରନ୍ତୁ ।

ସେ କହିଛନ୍ତି ଯେ, ଆଜିକାଲି ସୋସିଆଲ ମିଡିଆରେ ଲୋକମାନେ ମନ ଇଚ୍ଛା ଦୋଷାରୋପ କରୁଛନ୍ତି । ପରେ ଏହାର ଉତ୍ତର ଦେଇ ନିଜକୁ ସଠିକ ପ୍ରମାଣ କରିବାକୁ ଆମଠାରୁ ଆଶା କରୁଛନ୍ତି । ଆଜି ମୁଁ ଏହି ପ୍ରଶ୍ନର ଉତ୍ତର ଦେବି । ଯେକୌଣସି ବ୍ୟକ୍ତି ଦୀପିକାଙ୍କ ପ୍ରଥମ ସ୍ୱାମୀଙ୍କ ସହ ଥିବା ବେଳେ ଝିଅ ହୋଇଥିବାର ଖବର ପ୍ରଚାର କରିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ସେମାନଙ୍କ ଉଦ୍ଦେଶ୍ୟ କଣ ଆମେ ଜାଣିନୁ । ଦୀପିକା ଯେତେବେଳେ ଗର୍ଭବତୀ ଥିଲେ, ସେତେବେଳେ ଏହି ମିଛ ଖବରର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା ।

ସେହି ବ୍ଲଗ୍‌ରେ ଦୀପିକା ମଧ୍ୟ ମୁହଁ ଖୋଲିଛନ୍ତି । ସେ କହଛନ୍ତି ଯେ, ଯେତେବେଳେ ସେ ତାଙ୍କ ପୁଅ ରୁହାନ୍‌କୁ ଜନ୍ମ ଦେଇଥିଲେ, ସେତେବେଳେ ଏହି ମିଛ ଖବର ପାଇଁ ତାଙ୍କୁ ବହୁତ କିଛି ସହିବାକୁ ପଡ଼ିଥିଲା । ଏହି ବିଷୟ ଉଠିବା ମାତ୍ରେ ସେ ବିଚଳିତ ହୋଇ ପଡୁଥିଲେ । ସେତେବେଳେ ଶୋଏବ୍‌ ତାଙ୍କୁ ଶାନ୍ତ କରିଥିଲେ । କୌଣସି ପ୍ରମାଣ ନଥାଇ ଏକ ମିଛ ଆରୋପ ତାଙ୍କ ଉପରେ ଲଗାଯାଇଥିଲା । ଦୀପିକା ଆହୁରି ମଧ୍ୟ କହିଥିଲେ, ଯେ ଯଦି ଏହି ଖବରର କୌଣସି ପ୍ରମାଣ ଅଛି, ତେବେ ତାହା ମତେ ଦେଖାନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.