କଟକ ୧୮/୦୫: ଆକ୍ସନ ମୋଡରେ ପ୍ରଶାସନ। କେନାଲ ପାର୍ଶ୍ୱ ରାସ୍ତା କଡରୁ ଭାଙ୍ଗିଲା ବେଆଇନ ଦୋକାନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ୍ ଓ ସିଏମସିର ଜବରଦଖଲ ଉଚ୍ଛେଦ ।
ସହର ସମସ୍ୟା ମାମଲାରା ଶୁଣାଣିରେ ତାଳଦଣ୍ଡା କେନାଲ ରାସ୍ତା ଜବରଦଖଲ ନେଇ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ପ୍ରକାଶ ପରେ ଆକ୍ସନ ମୋଡରେ ପ୍ରଶାସନ। ଆଜି ପୁଲିସ୍ ଓ କଟକ ମହାନଗର ନିଗମ ଅଧିକାରୀଙ୍କ ନେତୃତ୍ୱରେ କେନାଲ ପାର୍ଶ୍ୱରେ ବେଆଇନ ଦୋକାନ ଘର ଭଙ୍ଗା ଯାଇଛି। ପୋଲିସ ଓ ଏନଫୋର୍ସମେଣ୍ଟ ଟିମ୍ ଦ୍ଵାରା ରାଣୀହାଟ ପୋଲରୁ ଛତ୍ର ବଜାର ଦେଇ ମାତୃ ଭବନ ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିଲା। ଏଥିରେ ରାଣୀହାଟ ରାସ୍ତା କଡ଼ରେ ବସୁଥିବା ବାଉଁଶ ତିଆରି ସାମଗ୍ରୀ ବିକୁଥିବା ଉଠା ଦୋକାନ ଓ କିଛି ମାଛ ଦୋକାନକୁ ଉଠା ଯାଇଥିଲା। ଏହାସହ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଦୁଇଟି କାର ଓ ଏକ ଠେଲା ଗାଡ଼ି ପୁଲିସ ଜବତ କରିଛି। ଏହି କାର୍ଯ୍ୟକ୍ରମରେ ଜୋନ ଏସିପି ଅରୁଣ କୁମାର ସ୍ୱାଇଁଙ୍କ ସମେତ ସିଏମସି ଏନଫୋର୍ସମେଣ୍ଟ ଅଧିକାରୀ ରୋହିତ କୁମାର ବେହେରା ଓ ମାଲଗୋଦାମ, ମଙ୍ଗଳାବାଗ ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ।