PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଟ୍ୟୁସନରୁ ଫେରିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲା ଦୃଶ୍ୟ

ପାଟଣା, ୧୮/୦୮ : ଟ୍ୟୁସନରୁ ଫେରିବା ବେଳେ ଛାତ୍ରୀଙ୍କ ଉପରକୁ ଗୁଳିମାଡ଼। ବିହାରର ପାଟଣା ଜିଲ୍ଲାର ସିପାରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତି ୮ଟା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଛି। ଛାତ୍ରୀଙ୍କର ବେକରେ ଗୁଳି ବାଜିଛି।

ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ଗୁଳିମାଡ଼ ବେଳର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଅପର ପକ୍ଷରେ ପୋଲିସ ଏଯାଏଁ ଦୁର୍ବୃତ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ସିସିଟିଭି ଭିଡିଓରେ ଦୁର୍ବୃତ୍ତ ଜଣଙ୍କ ସ୍ପଷ୍ଟ ଚିହ୍ନି ହେଉଥିବା ବେଳେ ପୋଲିସ ଏଯାଏଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର