PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଏହି ଲକ୍ଷଣ ଦେଖାଦେଉଛି କି, ଆପଣଙ୍କୁ ବି ହୋଇପାରେ ବ୍ରେନ୍ ହେମରେଜ୍

ମସ୍ତିଷ୍କରେ କୈାଣସି ପ୍ରକାର ଅସୁବିଧା ଦେଖାଦେଲେ ତାହାର ପ୍ରଭାବ ସିଧା ଶରୀର ଉପରେ ପଡ଼ିଥାଏ। ଯେମିତିକି ବ୍ରେନ୍ ହେମରେଜ୍। ଏହି ରୋଗ କୈାଣସି ବି ବ୍ୟକ୍ତିଙ୍କୁ ହୋଇପାରେ। ଏମିତି କି ଏହି ରୋଗର କୈାଣସି ବୟସ ସୀମା ବି ଥାଏ। ଯେକୈାଣସି ବୟସରେ ବି ଏହି ରୋଗ ହୋଇପାରେ। ଜାଣନ୍ତୁ ବ୍ରେନ୍ ହେମରେଜର ଲକ୍ଷଣ।

ବ୍ରେନ୍ ହେମରେଜ୍ ଏକ ମାନସିକ ଗ୍ରସ୍ତ ରୋଗ। ଏହା ମସ୍ତିଷ୍କରେ ଧମନୀର କାରଣ ଯୋଗୁଁ ହୋଇଥାଏ। ଏହା ଦ୍ବାରା ପାଖରେ ଥିବା ଟିସୁରେ ରକ୍ତସ୍ରାବ ହେବାକୁ ଲାଗେ। ଯାହା ମସ୍ତିଷ୍କର ସେଲକୁ ଧ୍ବଂସ କରିଦିଏ।

ବ୍ରେନ୍ ହେମରେଜର ଲକ୍ଷଣ ହେଲା-  ମସ୍ତିଷ୍କରେ କେଉଁ ଭାଗରେ ରକ୍ତସ୍ରାବ ହେଉଛି, ଅଧିକ ରକ୍ତ ବାହାରୁଛି ନା ଧୀରେ ଧୀରେ ବାହାରୁଛି ସେସବୁ ଦେଖିବା ଜରୁରୀ, ଆପଣଙ୍କୁ ଯଦି କିଛି ଏମିତି ଲାଗୁଛି ତେବେ ତୁରନ୍ତ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ। ଏହା ବ୍ୟତୀତ ଥିବ ଥିବ ଜୋରରେ ମୁଣ୍ଡ ବ୍ୟଥା ହେବ, ଦୁର୍ବଳ ଲାଗିବା, ବାନ୍ତି ହେବା ଭଲି ଲକ୍ଷଣ ଦେଖାଯାଏ।

ଏହା ସହିତ ଏଭଳି ରୋଗ ହେଲେ କହିବା ଏବଂ ବୁଝିବାରେ ସମସ୍ୟା ଦେଖାଦେବ, ଖାଦ୍ୟ ଗିଳିବାରେ ଅସୁବିଧା ହେବ, ମୁଣ୍ଡ ବୁଲାଇବା, ଖାଇବାର ସ୍ବାଦ ଜଣାନପଡ଼ିବା, ଶରୀରର ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଦେବା ଭଳି ଲକ୍ଷଣ ଦେଖାଯାଏ।