ପୁରୀ ୩୧/୦୧: ଫେବୃଆରୀ ପ୍ରଥମ ସପ୍ତାହରେ ୪ ଦିନ ସ୍ଥଗିତ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଶ୍ରୀ ପଞ୍ଚମୀ ତଥା ବନକଲାଗି ନୀତି ଏବଂ ରଥକାଠ ଅନୁକୂଳ ନୀତି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଓ ୩ ତାରିଖ ଏବଂ ଫେବୃଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖାଯାଇଛି । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆରବିନ୍ଦ କୁମାର ପାଢ଼ୀ। ଭକ୍ତଙ୍କଠାରୁ ସଯୋଗ କାମନା କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।


ମହାପ୍ରଭୁଙ୍କ ଜମି ଜବରଦଖଲକାରୀଙ୍କୁ ବଡ଼ ଝଟ୍‌କା, ଶ୍ରୀଜଗନ୍ନାଥଙ୍କ ଜମିରେ ଲାଗିଲା ସୂଚନା ଫଳକ