PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶ୍ରଦ୍ଧା, ଭକ୍ତିର ସହ ପାଳିତ ହେଲା ଶ୍ରୀରାମ ନବମୀ 

କାଶୀପୁର – ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ଏବଂ ଟିକିରିରେ ଆଜି ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଟିକିରିସ୍ଥିତ ହନୁମାନଗିରି ଠାରେ ଥିବା ଶ୍ରୀରାମ ମନ୍ଦିରରେ ହୋମ ଯଜ୍ଞ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଥିଲା । ଶ୍ରଦ୍ଧାଳୁମାନେ ଆଶିଷ ଭିକ୍ଷାପାଇଁ ପୂଜା ଆରାଧନା କରିଥିଲେ। ଟିକିରି ବଣିକ ସଂଘ ଏବଂ ଶ୍ରୀରାମ ସେନା ପକ୍ଷରୁ ଶ୍ରୀରାମ ରଥ ପରିକ୍ରମା , ଧ୍ବଜା ଶୋଭାଯାତ୍ରା କରଯାଇ ଥିଲା। ଜାମୁଗୁଡା ଠାରୁ ଗୋକୁଳ ମୁଣ୍ଡା ପ୍ରାୟ ଏକ କିଲୋମିଟର ବ୍ୟାପୀ ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ଦଳ ସହ ବହୁ ଭକ୍ତ ଯୋଗ ଦେଇଥିଲେ। ଜୟ ଶ୍ରୀରାମ ଧ୍ଵନିରେ ସହର ପ୍ରକମ୍ପିତ ହୋଇଥିଲା ।

ସେହିପରି ହନୁମାନ ଗିରି ଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇ ଥିଲା । ଟିକିରି ଏବଂ ଆଖପାଖ ଅଞ୍ଚଳର ବହୁଭକ୍ତ ପ୍ରସାଦ ସେବନ କରିଥିଲେ । ଟୁଟୁ ମହାନ୍ତି, ପ୍ରଶାନ୍ତ ଦାଶ, ବୁଲୁ ମିଶ୍ର, ତାରିଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।