ନୂଆଦିଲ୍ଲୀ,୨୭/୧୦: ଭାରତୀୟ ଦିନିକିଆ ଦଳର ଉପଅଧିନାୟର ଶ୍ରେୟସ ଆୟର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସିଡନୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିଲେ ଆୟର । ତାଙ୍କ ପଞ୍ଜରା ହାଡ଼ରେ ଗଭୀର ଆଘାତ ଲାଗିଥିଲା । ସିଡ଼ନୀ ହସ୍ପିଟାଲରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏପରି ସମୟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି ।
ବର୍ତ୍ତମାନ ଶ୍ରେୟାସଙ୍କୁ ସିଡ଼ନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି । କାରଣ ପରୀକ୍ଷାରୁ ଜଣାପଡିଛି କି, ତାଙ୍କ ଶରୀରରେ ଇଣ୍ଟରନାଲ ବ୍ଲିଡିଂ ହୋଇଛି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ୩୧ ବର୍ଷୀୟ ଆୟର ସ୍ୱଦେଶ ଫେରିବାକୁ ଫିଟ୍ ଘୋଷଣା ପୂର୍ବରୁ ଅତିକମ୍ରେ ଗୋଟିଏ ସପ୍ତାହ ସିଡନୀ ହସ୍ପିଟାଲରେ ରହିବେ । ସିଡନୀ ଦିନିକିଆରେ ଅଷ୍ଟ୍ରେଲିଆ ୱିକେଟକିପର ଆଲେକ୍ସ କେରୀଙ୍କ କ୍ୟାଚ ଧରିଥିଲେ । ଉକ୍ତ କ୍ୟାଚକୁ ସେ ବ୍ୟାକବର୍ଡ ପଏଣ୍ଟରୁ ପଛକୁ ଦୌଡ଼ି ଧରିଥିଲେ । ଏହି ସମୟରେ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ । ପଞ୍ଜରାରେ ଗଭୀର ଆଘାତ ଲାଗିଥିଲା । ଡ୍ରେସିଂ ରୁମ୍ ଫେରିବା ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ରିପୋର୍ଟ ଆସିବା ପରେ ଜଣାପଡିଥିଲା କି ଇଣ୍ଟରନାଲ ବ୍ଲିଡି ସମସ୍ୟା ରହିଛି । ଏହାପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି । ୭ ଦିନ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ଆୟର ।
ଶ୍ରେୟସ ଆୟରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରଜ ପାଇଁ ଭାରତର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୧-୨ରେ ହରାଇଥିଲା । ପ୍ରଥମ ଦୁଇ ଦିନିକିଆ ହାରିଥିଲା । ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୯ ୱିକେଟରେ ଦମଦାର ବିଜୟ ହାସଲ କରିଥିଲା । ୨୦୧୭ ମସିହାରେ ଭାରତୀୟ ଦଳ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ ଆୟର । ସେବେଠାରୁ ଇଣ୍ଡିଆ ପାଇଁ ୭୩ଟି ଦିନିକିଆ ମ୍ୟାଚ୍ ଖେଳି ମୋଟ ୨୯୧୭ ରନ୍ କରିଛନ୍ତି । ଯେଉଁଥିରେ ୫ଟି ଶତକ ଏବଂ ୨୩ଟି ଅର୍ଦ୍ଧଶତକ ସାମିଲ । ସେ ଭାରତ ପାଇଁ ୧୪ଟି ଟେଷ୍ଟ ଏବଂ ୫୧ଟି ଟି-୨୦ ମଧ୍ୟ ଖେଳିଛନ୍ତି।