ନୂଆଦିଲ୍ଲୀ : ‘ଭାବିଜୀ ଘର ପର ହେ’ ଘରେ ଘରେ ପରିଚିତ ଏହି ହିନ୍ଦୀ ଧାରାବାହିକ । ଏଥିରେ ‘ଅଙ୍ଗୁରୀ ଭାବି’ ଭୂମିକାରେ ଅଭିନୟ କରିଥିବା ଶୁଭାଙ୍ଗୀ ଅତ୍ରେ ଏହି ସିରିଏଲ ପାଇଁ ଖୁବଶୀଘ୍ର ପରିଚିତି ଲାଭ କରିଥିଲେ । ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ନିଜର କଠିନ ପରିଶ୍ରମ ବଳରେ ଏକ ସ୍ପତନ୍ତ୍ର ସ୍ଥାନ ଅଧିକାର କରିଥିବା ଶୁଭାଙ୍ଗୀଙ୍କ ଆଜି ହେଉଛି ଜନ୍ମଦିନ । ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି ଅଭିନେତ୍ରୀ । ତେବେ ଆସନ୍ତୁ ତାଙ୍କ ଜନ୍ମଦିନ ଜାଣିବା ତାଙ୍କ ସଂଘର୍ଷରୁ ସଫଳତାର କାହାଣୀ ।

ଶୁଭାଙ୍ଗୀ ନିଜର ଅଭିନୟ କ୍ୟାରିୟର ୨୦୦୭ ମସିହାରୁ ଆରମ୍ଭ କରିଥିଲେ । ସେ ଏକତା କପୁରଙ୍କ ଟିଭି ଶୋ’ ‘କସୋଟି ଜିନ୍ଦେଗୀ କି’ ମାଧ୍ୟମରେ ଆରମ୍ଭ କରିଥିଲେ । ଏହାପରେ ବହୁ ସିରିଏଲ ମାଧ୍ୟମରେ ନିଜର ଅଭିନୟ ଆରମ୍ଭ କରିଥିଲେ । କସ୍ତୁରୀ, କୁମକୁମ, ୟେ ରିସ୍ତା କ୍ୟା କେହେଲାତା, ଦୋ ହଂସୋକା ଯୋଡ଼ା ଏବଂ ଚିଡ଼ିଆ ଘର ଭଳି ସିରିଏଲରେ ଅଭିନୟ କରି ଘରେ ଘରେ ପରିଚିତ ଲାଭ କରିଥିଲେ । କିନ୍ତୁ ଭାବି ଜି ଘର ପର ହେ’ ସବୁଠୁ ଅଧିକ ତାଙ୍କୁ କ୍ଷାତି ଦେଇଛି ।

ଶୁଭାଙ୍ଗୀ ଜଣେ ଏମବିଏ ଛାତ୍ରୀ । ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ପାଠ ପଢ଼ାରେ ବ୍ୟସ୍ତ ରହୁଥିଲେ । କିନ୍ତୁ ପରେ ସେ ଅଭିନୟ ଦିଗରେ ମନ ବଳାଇଥିଲେ । ଏବଂ ଅଭିନୟ ସ୍କୁଲରେ ନାମ ଲେଖାଇଥିଲେ । ପାଠପଢ଼ା ସରିବା ପରେ ଅଭିନୟ ଆରମ୍ଭ କରିଥିଲେ । ଗୋଟିଏ ପରେ ଗୋଟିଏ ସିରିଏଲରେ ଅଭିନୟ କରିଥିବାବେଳେ ଦର୍ଶକଙ୍କ ଭଲ ପାଇବା ସାଉଁଣ୍ଟିଥିଲେ ।

ସେପଟେ ଆମେ ଯଦି ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ତାହେଲେ ସେ ୧୯ ବର୍ଷ ବୟସରେ ବିବାହ କରିଥିଲେ । ୨୦୦୩ ମସିହାରେ ତାଙ୍କ ସ୍କୁଲ ସମୟର ସାଙ୍ଗ ପୀୟୂଷଙ୍କ ହାତ ଧରିଥିଲେ । ୨୦୦୫ ମସିହାରେ ତାଙ୍କର କନ୍ୟା ସନ୍ତାନ ହୋଇଥିଲା । ପରେ ୨୨ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା । ଉଭୟଙ୍କ ଭିତରେ ମତଭେଦ କାରଣରୁ ଛାଡ଼ପତ୍ର ହେବାର ୨ ମାସ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା ।

ଏହାସହ ପଢ଼ନ୍ତୁ : ମାହିରା ଖାନଙ୍କଠାରୁ ହାନିଆ ଆମିରଙ୍କ ପର୍ଯ୍ୟନ୍ତ: ଭାରତରେ ଦେଖିବାକୁ ମିଳିଛି ପାକିସ୍ତାନୀ ତାରକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ,ଜାଣନ୍ତୁ ପୂରା କାହାଣୀ...