ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଦୀର୍ଘ ବର୍ଷ ପରେ ଶୁକ୍ର-ଶନିଙ୍କ ଲାଭ ଦୃଷ୍ଟି ଯୋଗ, ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | July 5, 2025 6:56 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଚଳନ ବଦଳିବା ପରେ ଅନେକ ଶୁଭ, ବିଶେଷ ଓ ଲାଭକାରୀ ଯୋଗ ସୃଷ୍ଟି ହୋଇଥାଏ । ୬ ଜୁଲାଇରେ ଶୁକ୍ର ଓ ଶନିଙ୍କର ଲାଭ ଦୃଷ୍ଟି ଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଶନି ଓ ଶୁକ୍ରଙ୍କ ଲାଭ ଦୃଷ୍ଟି କାରଣରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ । ଭୂମି,ଯାନ କିଣିବାର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଶୁଭ ଖବର ମିଳିବ ।

କର୍କଟ- ଅଟକି ଥିବା କାମ ପୂରଣ ହେବ । ଧନ ଲାଭ ସହ ମାନସିକ ଶାନ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ତୁଳା- ଏହି ରାଶିଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ନୂଆ ଗାଡି କିଣିବାର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ଶୁଭଫଳ ପାଇବେ । ହସଖୁସିର ବାତାବରଣ ରହିବ ।

ମକର- ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ସୌନ୍ଦର୍ଯ୍ୟ, କଳା, ସଙ୍ଗୀତ ବିଭିନ୍ନ ମାମଲାରେ ଲାଭ ମିଳିବ । ଚାକିରିରେ ପଦନ୍ନୋତି ସହ ଆୟରେ ବୃଦ୍ଧି ହେବ ।

ମୀନ- ବ୍ୟବସାୟରେ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସମ୍ପର୍କ ମଜଭୁତ ହେବ । ଅଟକି ଥିବା ଅନେକ କାମ ପୂରଣ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.