ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଚଳନ ବଦଳିବା ପରେ ଅନେକ ଶୁଭ, ବିଶେଷ ଓ ଲାଭକାରୀ ଯୋଗ ସୃଷ୍ଟି ହୋଇଥାଏ । ୬ ଜୁଲାଇରେ ଶୁକ୍ର ଓ ଶନିଙ୍କର ଲାଭ ଦୃଷ୍ଟି ଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ ଏହି ଯୋଗ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ବୃଷ- ଶନି ଓ ଶୁକ୍ରଙ୍କ ଲାଭ ଦୃଷ୍ଟି କାରଣରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ମଜଭୁତ ହେବ । ଭୂମି,ଯାନ କିଣିବାର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଶୁଭ ଖବର ମିଳିବ ।

କର୍କଟ- ଅଟକି ଥିବା କାମ ପୂରଣ ହେବ । ଧନ ଲାଭ ସହ ମାନସିକ ଶାନ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ତୁଳା- ଏହି ରାଶିଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ନୂଆ ଗାଡି କିଣିବାର ଯୋଗ ରହିଛି । କୋର୍ଟ-କଚେରୀ ମାମଲାରେ ଶୁଭଫଳ ପାଇବେ । ହସଖୁସିର ବାତାବରଣ ରହିବ ।

ମକର- ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ସୌନ୍ଦର୍ଯ୍ୟ, କଳା, ସଙ୍ଗୀତ ବିଭିନ୍ନ ମାମଲାରେ ଲାଭ ମିଳିବ । ଚାକିରିରେ ପଦନ୍ନୋତି ସହ ଆୟରେ ବୃଦ୍ଧି ହେବ ।

ମୀନ- ବ୍ୟବସାୟରେ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସମ୍ପର୍କ ମଜଭୁତ ହେବ । ଅଟକି ଥିବା ଅନେକ କାମ ପୂରଣ ହେବ ।