ଯୁବପିଢିଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଆଜିକାଲି ସମସ୍ତେ କଫିକୁ ବେଶ ପସନ୍ଦ କରୁଛନ୍ତି । ଅଧିକାଂଶ ଲୋକଙ୍କ ସକାଳୁ କପେ ଚା କିମ୍ବା କଫି ବିନା ଦିନ ଆରମ୍ଭ ହୋଇନଥାଏ । ଏପରି ଆପଣ ଅନେକ ଲୋକଙ୍କୁ କହିବା ଶୁଣିଥିବେ, କଫି ପିଇବା ଦ୍ୱାରା ନିଦ ଦୂର ହୋଇଥାଏ ଏବଂ ସତେଜ ଅନୁଭବ ହୁଏ । ହେଲେ ଆପଣ ଜାଣନ୍ତି କି ପ୍ରିୟ କଫି ଆପଣଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ କଫି ପିଇଲେ ଶରୀରରେ କ’ଣ ପରିବର୍ତ୍ତନ ହୋଇଥାଏ।
ଖାଲି ପେଟରେ କଫି କିମ୍ବା ଚା ପିଇବା ଦ୍ୱାରା ପେଟରେ ଏସିଡ୍ ସମସ୍ୟା ଦେଖାଦେଇଥାଏ। ଯାହା ଫଳରେ ଗ୍ୟାସ ଭଳି ବିପଦପୂର୍ଣ୍ଣ ସମସ୍ୟା ସୃଷ୍ଟି ହୁଏ । ଏହାର ଦୀର୍ଘକାଳୀନ ସେବନ ପେଟରେ ଅଲସର ଏବଂ କର୍କଟ ଭଳି ରୋଗର ଆଶଙ୍କା ବଢ଼ାଇଥାଏ । କଫିରେ ଥିବା କ୍ୟାଫିନ୍ ଷ୍ଟ୍ରେସ୍ ହର୍ମୋନ ବା କର୍ଟିସୋଲ୍ ସ୍ତରକୁ ବୃଦ୍ଧି କରେ। ଏନସିବିଆଇ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି ଶରୀରରେ କର୍ଟିସୋଲ୍ ସ୍ତର ବୃଦ୍ଧି ପାଏ, ତେବେ ଅଧିକ ଓଜନ, ବ୍ରଣ, ଉଚ୍ଚ ରକ୍ତଚାପ, ମାଂସପେଶୀ ଦୁର୍ବଳତା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦିଏ ।
ସେହିପରି ଉଠିବା ପରେ କାଫିନ୍ ସେବନ କରିବା କିଛି ଲୋକଙ୍କ ମଧ୍ୟରେ ଚାପ ଏବଂ ଚିନ୍ତା ବୃଦ୍ଧି କରେ ବୋଲି ଏକ ରିପୋର୍ଟରେ ପ୍ରକାଶ କରାଯାଇଛି। ଏହା ବ୍ୟତୀତ ଶରୀରରେ କାଫିନର ଉଚ୍ଚସ୍ତର ଉଚ୍ଚ ରକ୍ତଚାପ, ଅନିଦ୍ରା, ପେଟ ଯନ୍ତ୍ରଣା, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେରିକାର ଖାଦ୍ୟ ଏବଂ ପ୍ରଶାସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ।ସକାଳୁ ଜଳଖିଆ ନ ଖାଇ କିମ୍ବା ପାଣି ନ ପିଇ ଉଠିବା ପରେ ସିଧାସଳଖ କଫି ପିଇବା ଦ୍ଵାରା ଅନ୍ତନଳୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏପରି ଅଭ୍ୟାସ ଦ୍ବାରା ପେଟରେ ଯନ୍ତ୍ରଣା, ବଦହଜମୀ ଏବଂ ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୁଏ । ସେହିପରି ଭୋକ ନ ଲାଗିବା ସହିତ ପାଚନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ସେହିପରି ଉଠିବା ପରେ କାଫିନ୍ ସେବନ କରିବା କିଛି ଲୋକଙ୍କ ମଧ୍ୟରେ ଚାପ ଏବଂ ଚିନ୍ତା ବୃଦ୍ଧି କରେ ବୋଲି ଏକ ରିପୋର୍ଟରେ ପ୍ରକାଶ କରାଯାଇଛି।