ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସିକନ୍ଦର ହିଟ୍ ହେବା ବହୁତ ସହଜ, ଜାଣନ୍ତୁ କେତେ କଲେକ୍ସନ କଲେ ହେବ ହିଟ୍

Published By : Gurupada Nath | March 20, 2025 9:51 PM

ମୁମ୍ବାଇ, ୨୦/୩ : କିଛି ଦିନର ଅପେକ୍ଷା । ଫିଲ୍ମ ହଲରେ ରିଲିଜ ହେବ ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ସିକନ୍ଦର । ଏହାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି ସିକନ୍ଦର । 

ସଲମାନଙ୍କ ଲାଗି ଏହି ସିନେମା ‘କର ବା ମର’ ସ୍ଥିତିରେ । କାରଣ ସେ ପୂର୍ବ ବହୁ ସମୟରୁ ସକ୍ସେସର ସ୍ବାଦ ପାଇ ନାହାନ୍ତି ଯେତିକି ତାଙ୍କ ଷ୍ଟାରଡମକୁ ଜଷ୍ଟିଫାଇ କରୁଛି । ଏହି ସିନେମା ସଲମାନଙ୍କ ଲାଗି ହିଟ୍ ହେବା ବହୁ ଜରୁରୀ ଅଟେ । ଆସନ୍ତୁ ଜାଣିବା ଏହି ଫିଲ୍ମ କେତେ କଲେକ୍ସନ କଲେ ହିଟ୍ ହେବ । ସଲମାନଙ୍କ ଏହି ଫିଲ୍ମକୁ ୨୦୦କୋଟିରେ ନିର୍ମାଣ କରାଯାଇଛି । ପ୍ରକାଶ ଯ, ଏହି ଫିଲ୍ମ ସଲମାନ ଖାନଙ୍କ ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ହେବ ନାହିଁ ଯଦି ଏହା ହିଟ୍ ହେବ ନାହିଁ ।

ବକ୍ସ ଅଫିସର ଫଣ୍ଡାମେଣ୍ଟାଲ୍ସ ଅନୁସାରେ , ଯଦି ଫିଲ୍ମକୁ ହିଟ୍ ହେବାକୁ ଅଛି ତେବେ ଏହା ପ୍ରାୟ ୪୦୦କୋଟି ଟଙ୍କା କଲେକ୍ସନ କରିବାକୁ ହେବ । ତଥା ନିଜ ବଜେଟର ୧୦୦ପ୍ରତିଶତ କଲେକ୍ସନ କରିବା ପରେ ଫିଲ୍ମ ହିଟ୍ ହୋଇଯିବ । ଏହାସହ ଏହି ସିନେମା ତାଙ୍କର ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ବି ହୋଇଯିବ ।

ସଲମାନ ଖାନଙ୍କ ଟାଇଗର ଜିନ୍ଦା ହେ, ତାଙ୍କର ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ଅଟେ । ଯାହା ଭାରତରେ ୩୩୯.୧୬କୋଟି ଟଙ୍କା କଲେକ୍ସନ କରିଥିଲା । ଫଳରେ ଫିଲ୍ମ ଏହାଠାରୁ ବି ଯଦି ୨୦ପ୍ରତିଶତରୁ ଅଧିକ କଲେକ୍ସନ କରିବ ତେବେ ଯାଇ ହିଟ୍ ହେବ । ଗତ ମାସରେ ରିଲିଜ ହୋଇଥିବା ଫିଲ୍ମ ଛାବା ବକ୍ସ ଅଫିସରେ ଯେଭଳି କମାଲ କରିଥିଲା ସେହିଭଳି କଲେକ୍ସନ କରିବା ପାଇଁ ସିକନ୍ଦରକୁ ପଡ଼ିବ । କେବଳ ହିଟ୍ ହେବାକୁ ସିକନ୍ଦରକୁ ୪୦୦କୋଟି ଟଙ୍କା କଲେକ୍ସନ କରିବାକୁ ପଡ଼ିବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.