ନୂଆଦିଲ୍ଲୀ,୯ା୨(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମରେ ପୁନେସ୍ଥିତ ଏକ ଥାନାରେ ମାମଲା ରୁଜୁ କରାଯାଇଛି । ବୀର ସଭରକରଙ୍କୁ କାପୁରୁଷ ବୋଲି କହିବା ଅଭିଯୋଗରେ ତାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ର୍ୟାଲିରେ ଯୋଗଦେଇ ରାହୁଲ ବୀର ସଭରକର୍ଙ୍କ ନାମରେ ଏଭଳି ମନ୍ତବ୍ୟ ଦେଇଥିଲେ । ସଭରକର୍ଙ୍କ ପ୍ରତି ଏହା ଅପମାନ ଏବଂ ତାଙ୍କ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କର ଭାବନାକୁ ଏହା ଆଘାତ ଦେଉଥିବା ଦର୍ଶାଇ ଏହି ମାମଲା ରୁଜୁ କରାଯାଇଛି । ସୂଚନା ଥାଉ କି, ସଭରକର୍ଙ୍କ ନାମରେ ରାହୁଲ ଏଭଳି ମନ୍ତବ୍ୟ ଦେବା ଘଟଣା ଏହା ପ୍ରଥମ ନୁହେଁ । ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଏକ ଜନସମାବେଶରେ ଯୋଗଦେଇ ରାହୁଲ ସଭରକର୍ଙ୍କ ନାମରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।
କେଜ୍ରିଓ୍ବାଲଙ୍କୁ ଜେଲରେ ମାରିବାକୁ ହେଉଛି ଷଡଯନ୍ତ୍ର,...