PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା: ମଙ୍ଗଳବାର ମଙ୍ଗନ, ବୁଧବାର ବାହାଘର.. ରାତି ସାଢେ ୨ଟାରେ ପଡିବ ହସ୍ତଗଣ୍ଠି

ଭୁବନେଶ୍ୱର,୨୩/୦୫: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ମଙ୍ଗଳବାର ସଂନ୍ଧ୍ୟାରେ ଆରମ୍ଭ ହେବ । ମାନବୀୟ ଲୀଳା ପରିକା ଶ୍ରୀଜିଉଙ୍କ ବିବାହର ପ୍ରାକ୍‌ ଉତ୍ସବ ମଙ୍ଗଳକୃତ୍ୟ ଠାକୁରାଣୀଙ୍କ ସନ୍ଧ୍ୟାଧୂପ ନୀତି ପରେ ଆରମ୍ଭ ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ଭୋଗ ମହାସୁଆର ସେବାୟତମାନେ ପ୍ରସ୍ତୁତ କରିବେ । ଏହି ଭୋଗକୁ ପତ୍ରି, ପୂଜାପଣ୍ଡା ଓ ପାଳିଆ ବଡୁ ନେଇ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ ପାଇଁ ଯିବେ । ପ୍ରଥମେ କପାଳୀ ପରେ ମୋହିନୀ, ରାମାୟଣୀ, ଉତ୍ତରାୟଣୀ, ଗୌରୀ,ବିଲ୍ୟୋମୋହିନୀ, ଦ୍ୱାରଭାଷିନୀ ଓ ଶେଷରେ ବିନ୍ଧ୍ୟଭାଷିନୀଙ୍କୁ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ । ନିମନ୍ତ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀଜିଉଙ୍କ ବଡସିଂହାର କରାଯାଇ ମନ୍ଦିରରେ ପହୁଡ ପଡିବ ।

ବୁଧବାର ଶ୍ରୀଲିଙ୍ଗରାଜଙ୍କ ମା’ପାର୍ବତୀଙ୍କ ସହିତ ଶୁଭପରିଣୟ ହେବ । ସବୁଦିନ ପରିକା ବିବାହ ଦିନ ମଧ୍ୟ ମନ୍ଦିର ଖୋଲି ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବ । ଏହା ପରର ଅନ୍ୟାନ୍ୟ ନୀତି ସହିତ ମହାସ୍ନାନ ସକାଳ ୧୦ଟାରେ ସମାପନ ହେବ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ଟେରା ଫିଟା ପରେ ସନ୍ଧ୍ୟା ଧୂପ,ବଡ ସିଂହାର,ପଞ୍ଚବକ୍ର ବିଜେ,ପୁଷ୍ପାଞ୍ଜଳି ଓ ପହୁଡ ରାତି ୯ଟାରେ ହେବ । ବରଯାତ୍ରୀଙ୍କ ନିମନ୍ତେ ଭୋଜି ସାଢେ ୯ଟାରୁ ସାଢେ ୧୦ଟାରେ ଶେଷ କରାଯାଇ ବରାନୁଗମନ ରାତି ୧୧ଟାରେ । ବରଯାତ୍ରୀମାନେ ରୋଷଣୀ ଓ ଶୋଭାଯାତ୍ରା ନେଇ କେଦାରଗୌରୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏହି ଶୋଭାଯାତ୍ରା ନିମନ୍ତେ ବାଜା,ଆଲୋକ ସଜ୍ଜା ସହ ବିଭିନ୍ନ ପ୍ରକାରର ପାରମ୍ପରିକ ନୃତ୍ୟର ସମାରୋହ ଶୀତଳଷଷ୍ଠୀ କମିଟି ଦ୍ୱାରା ବ୍ୟବସ୍ଥା କରାଯାଇଛି । ସେହିପରି ଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀଲିଙ୍ଗରାଜ ଥାନା ତରଫରୁ ବିହିତ ବ୍ୟବସ୍ଥା କରାଯାଇଛି । ବରଯାତ୍ରୀ କେଦାରଗୌରୀ ମନ୍ଦିର ପହଞ୍ଚିବା ପରେ ସମସ୍ତଙ୍କୁ ସସମ୍ମାନେ ଆତିଥେୟତା ଦିଆଯିବ । ବିବାହ କାର୍ଯ୍ୟ ଓ ହସ୍ତଗଣ୍ଠି ରାତି ସାଢେ୨ଟାରେ ସମାପନ ହେବ ।