ଡେରାଡୁନ,୧୨/୧୧: ଭୟାନକ ସଡକ ଦୁର୍ଘଟଣା । ଭଙ୍ଗିରୁଜି ଚୁନା ହୋଇଛି କାର୍ । ଉତ୍ତରାଖଣ୍ଡ ଡେରାଡୁନରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ସୂଚନାଅନୁସାରେ, ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । କାରଟି ଗଛରେ ପିଟି ହେବାରୁ ଭୟାନକ ଦୁର୍ଘଟଣା ହୋଇଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଝିଅ ଓ ୩ ଜଣ ପୁଅ ଥିବା ଜଣାପଡିଛି । ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।
ଡେରାଡୁନ ଏସପି ପ୍ରମୋଦ କୁମାର ଦୁର୍ଘଟଣା ବାବଦରେ ସୂଚନା ଦେଇ କହିଛନ୍ତି ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଓଏନଜିସି ନିକଟରେ ଏହି ଦୁର୍ଘଟଣା ହୋଇଛି । କାରରେ ୭ ଜଣ ଲୋକ ଥିଲେ । ସମସ୍ତେ ବୁଲିବାକୁ ଯାଉଥିଲେ । ସମସ୍ତଙ୍କ ବୟସ ୨୫ବର୍ଷରୁ ହେବ । ଦ୍ରୁତଗତିରେ ଗାଡି ଚଳାଇବା ଦୁର୍ଘଟଣାରେ କାରଣ ବୋଲି ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଗୁନିତ, ନବ୍ୟା ଗୋଏଲ, କାମାକ୍ଷୀ, ତୁଷାର ସିଙ୍ଗଲ, ଋଷବ ଜୈନ, ଅତୁଲ ଅଗ୍ରୱାଲ, କୁନାଲ କୁକରେଜା ।