ବର୍ଷେ ହେବ ବନ୍ଦ ରହିଛି ଛାତ୍ରୀନିବାସ, ପଡିଛି ହାଡ କଙ୍କାଳ

ନୂଆପଡା,୨୨।୫ ବୋଡେନ ଥାନା କର୍ଲ୍ଲାକୋଟ ସମଲେଶ୍ବରୀ ହାଇସ୍କୁଲ ଛାତ୍ରୀ ନିବାସ ରେ ହାଡ କଙ୍କାଳ ପଡିଛି। ତେବେ ଏହି ହାଡ କଙ୍କାଳ ମଣିଷ ନା ପଶୁଙ୍କର ତାହା ଅସ୍ପଷ୍ଟ ରହିଛି। ତେବେ ହାଡ କଙ୍କାଳ ପଡିଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। କର୍ଲ୍ଲାକୋଟ ସମଲେଶ୍ବରୀ ହାଇସ୍କୁଲ ଛାତ୍ରୀ ନିବାସ ନିକଟରେ ପିଲାମାନେ ଲୁଚକାଳି ଖେଳିବା ସମୟରେ ହାଡ କଙ୍କାଳ ପଡିଥିବା ଦେଖିଥିଲେ । ପରେ ପିଲାମାନଙ୍କୁ ଲୋକମାନେ ଏହା ଜାଣିବାକୁ ପାଇଥିଲେ। ତେବେ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ହେବ ଛାତ୍ରୀ ନିବାସ ଖୋଲା ଯାଇନି ।