ଭୁବନେଶ୍ୱର, ୧୮/୧୨ : ପ୍ରମୁଖ ଅଟୋ ନିର୍ମାତା ସ୍କୋଡା ଅଟୋ ଇଣ୍ଡିଆ ନୂଆବର୍ଷରୁ ଏହାର ସମସ୍ତ ରେଞ୍ଜ୍ ଉତ୍ପାଦଗୁଡ଼ିକ ଦରରେ ୩% ପର୍ଯ୍ୟନ୍ତ ଦରବୃଦ୍ଧି କରିବ । କୁଶାକ, ସ୍ଲାଭିଆ, ସୁପର୍ବ ଏବଂ କୋଡିଆକ୍ ସମେତ କମ୍ପାନିର ସମଗ୍ର ପୋର୍ଟଫୋଲିଓରେ ଏହି ଦରବୃଦ୍ଧି ହେବ ବୋଲି କମ୍ପାନି ଘୋଷଣା କରିଛି । ତେବେ ନିକଟରେ ବଜାରକୁ ଆସିଥିବା କାଇଲାକ୍ ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ୩୩,୩୩୩ ସଂଖ୍ୟକ ବୁକିଂ ମାଇଲ୍ଖୁଣ୍ଟ ନ ଛୁଇଁବା ଯାଏ କାଇଲାକ୍ ଦର ବଢ଼ିବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏବଂ ପରିଚାଳନାଗତ ବ୍ୟୟ ବଢ଼ିବା ଫଳରେ କମ୍ପାନି ଏହି ଦରବୃଦ୍ଧି କରିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛି । ଗ୍ରାହକଙ୍କୁ ଉଚ୍ଚମାନର, ପ୍ରିମିୟମ ଯାନ ଏବଂ ସେବା ପ୍ରଦାନ କରିବା କମ୍ପାନିର ଲକ୍ଷ୍ୟ ବୋଲି ଏହା କହିଛି ।
ଘରୋଇ ବଜାର ଅଭିବୃଦ୍ଧିରେ କାଇଲାକ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କମ୍ପାନି କହିଛି । ଭାରତୀୟ ଗ୍ରାହକଙ୍କ ପରିବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଦିଗରେ କମ୍ପାନି ଏଭଳି ଏକ କାର୍ଯ୍ୟପନ୍ଥା ଗ୍ରହଣ କରିଛି । ନୂଆ ମଡେଲଟିରେ ଗ୍ରାହକ ସ୍କୋଡାର ଡିଜାଇନ ଲାଙ୍ଗୁଏଜ ଏବଂ ନିରାପତ୍ତା ସିଷ୍ଟମ ଏବଂ ଡ୍ରାଇଭିଂ ଡାଇନାମିକ୍ସ ଲାଭ କରିପାରିବେ । ମୂଲ୍ୟ ଦୃଷ୍ଟିକୋଣରୁ ଏହି ଏସ୍ୟୁଭି ମଡେଲଟି ଭାରତୀୟ ଗ୍ରାହକଙ୍କ ଲାଗି ୪ ମିଟର ମଧ୍ୟରେ ବ୍ରାଣ୍ଡ୍କୁ ଦୃଢ଼ କରିବ ବୋଲି କମ୍ପାନି ଆଶା ରଖିଛି । କାଇଲାକ୍ ସହ କମ୍ପାନି ୨୦୨୬ ବେଳକୁ ୧ ଲକ୍ଷ ୟୁନିଟ ବିକ୍ରି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ରଖିଛି । ଗତ ୨ ବର୍ଷରେ କମ୍ପାନି ୧ ଲକ୍ଷ ବିକ୍ରି ମାଇଲ ଖୁଣ୍ଟ ଛୁଇଁଛି । ୧୫୦ରୁ ଊଦ୍ଧ୍ୱର୍ ସହରରେ ୨୬୦ କଷ୍ଟମର ଟଚ୍ ପଏଣ୍ଟ ସହ ଏହା ସେବା ଯୋଗାଣ ଧାରା ଜାରି ରଖିଛି । ଗ୍ରାହକ ସନ୍ତୁଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ମିଳିଥିବା କମ୍ପାନି ପକ୍ଷରୁ ପ୍ରକାଶ ।