ଭୁବନେଶ୍ଵର : ଅତ୍ୟଧିକ ନିଶାଦ୍ରବ୍ୟ ସେବନ କରୁଛନ୍ତି କି ? ଗଞ୍ଜେଇ ଏବଂ ସିଗାରେଟ୍ ଟାଣୁଛନ୍ତି କି ? ତାହେଲେ ସାବଧାନ୍। ଆପଣଙ୍କୁ ବିଚଳିତ କରିଦେବ ଏହି ଖବର। ସିଗାରେଟ୍ ଏବଂ ଗଞ୍ଜେଇ ଟାଣିଲେ ଛୋଟ ହୋଇଯାଉଛି ମସ୍ତିଷ୍କ। କମି ଯାଉଛି ସ୍ମରଣଶକ୍ତି। କେବଳ ଫୁସଫୁସ୍ ନୁହେଁ ଏବେ ଟାର୍ଗେଟ୍ ରେ ମଣିଷର ବ୍ରେନ୍ ସେଲ୍ସ। ଆସୋସିଏସନ ଅଫ କାନାବିଜ୍ ନାମକ ଷ୍ଟଡିରେ ବୈଜ୍ଞାନିକମାନେ ସିଗାରେଟ୍ ଏବଂ ଗଞ୍ଜେଇର କୁପ୍ରଭାବ ବିଷୟରେ ଖୁଲାସା କରିଛନ୍ତି। ଅତ୍ୟଧିକ ତମ୍ବାଖୁ ସେବନ ମଣିଷକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଢା କରିଦେଉଛି। ଭାବନା ଏବଂ ସ୍ମୃତିଶକ୍ତି କଣ୍ଟ୍ରୋଲ କରୁଥିବା ସେଲ୍ସ ଗୁଡ଼ିକର କ୍ଷତି କରୁଛି। ଗଞ୍ଜେଇ ଟାଣୁଥିବା ଲୋକଙ୍କ ମସ୍ତିଷ୍କରେ ଏକ ଛୋଟ ଅଂଶକୁ ପ୍ରଭାବିତ କରୁଛି। ଯାହାକି ଭୟ, ଚିନ୍ତା ଏଵଂ କୌଣସି କଠିନ ନିଷ୍ପତ୍ତି ନେବାର କ୍ଷମତାକୁ ହ୍ରାସ କରୁଛି। ଭୋକ, ଶୋଷ ଏବଂ କଷ୍ଟ ଲାଗୁଥିବା ସେଲ୍ସ ଗୁଡ଼ିକୁ ପ୍ରଭାବିତ କରୁଛି। ମସ୍ତିଷ୍କର ଗ୍ରେ ମିଟରକୁ ପ୍ରଭାବିତ କରୁଛି। ଏହାଦ୍ଵାରା ମଣିଷ ଭାବିବା-ବୁଝିବା ଶକ୍ତି ହରାଉଛି।
ଲଣ୍ଡନର କିଙ୍ଗସ୍ କଲେଜ ଏବଂ ବାଥ୍ ବିଶ୍ଵବିଦ୍ୟାଳର ବିଶେଷଜ୍ଞମାନେ ୭୨ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ଅଧ୍ୟୟନ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଯେତେ ଅଧିକ ସମୟ ଯାଏଁ ସିଗାରେଟ୍ ଟାଣନ୍ତି ବିପଦ ସେତିକି ଅଧିକ ଥାଏ। ମସ୍ତିଷ୍କର ହିପୋକ୍ୟାମ୍ପସ୍ ଧୀରେ ଧୀରେ ଛୋଟ ହୋଇଯାଏ। ତମ୍ବାଖୁ ଧୁଆଁରୁ ବାହାରୁଥିବା ହାନିକାରକ ତତ୍ତ୍ଵ ମୁଣ୍ଡରେ ଅକ୍ସିଡେଟିଭ୍ ଚାପ ବୃଦ୍ଧି କରେ। ଏହାଦ୍ଵାରା ସେଲ୍ ଗୁଡ଼ିକ ଧୀରେ ଧୀରେ ଖରାପ ହୋଇ ମରିଯାଆନ୍ତି।
ଏକ୍ସପର୍ଟଙ୍କ କହିବା କଥା, ଏବେ କେବଳ ଫୁସଫୁସ୍ ନୁହେଁ ବ୍ରେନ୍ ହେଲ୍ଥ ଉପରେ ଧ୍ୟାନ ଦେବା ଜରୁରୀ। ଅଧିକ ହେଉ କିମ୍ଵା କମ୍ ତମ୍ବାଖୁ ସେବନ ସ୍ଵାସ୍ଥ୍ୟ ପାଇଁ ହାନିକାରକ। କମ୍ ଧୂମପାନ କରୁଥିଲେ ମଧ୍ୟ ଏହା ବିଳମ୍ଵରେ ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଏ। ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନ ଧୀରେ ଧୀରେ ହୁଏ। ଏକ ଛୋଟ ଅଭ୍ୟାସ ଆପଣଙ୍କ ବହୁମୂଲ୍ୟ ଜୀବନକୁ ମୃତ୍ୟୁ ମୁଖକୁ ଟାଣିପାରେ।
ଏହି ଖବରଟିକୁ ପଢନ୍ତୁ- ସ୍ମୃତିରେ ଆଟଲାସ୍... କାହିଁକି ପମ୍ପଚର୍ ହେଲା ଶୂନୁଗାଡ଼ି ଚକା, କେମିତି ବର୍ବାଦ୍ ହେଲା କମ୍ପାନୀ ?