ନୂଆଦିଲ୍ଲୀ,୨୭/୦୮: ଭାରତ ଉପରେ ଫୁଟିଛି ଟ୍ରମ୍ପଙ୍କ ଟାରିଫ୍ ବୋମା । ଆଜିଠୁ ୫୦% ଶୁଳ୍କ ଲାଗୁ ହୋଇଛି । ଟାରିଫ୍ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଜି ପ୍ରଧାନମନ୍ତ୍ରୀ କିଛି ଏମିତି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହୋଇଛି । ମୋଦିଙ୍କୁ ଫିଜି ପିଏମ୍ କହିଛନ୍ତି, ତୁମ ଉପରେ କେହି ଜଣେ ବହୁତ ରାଗିଛନ୍ତି । ହେଲେ ତୁମେ ଏତେ ମହାନ୍ ଯେ ସବୁ କିଛି ସମ୍ଭାଳି ନେବ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗୁ ହୋଇଛି । ଏହାରି ଭିତରେ ଫିଜି ପ୍ରଧାନମନ୍ତ୍ରୀ ସିଟିବେନି ଲିଗାମମାଦା ରାବୁକା ଦିଲ୍ଲୀରେ ପିଏମ୍ ମୋଦିଙ୍କୁ ସକ୍ଷାତ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଇଣ୍ଡିଆନ କାଇନସିଂଲ ଅଫ୍ ୱାର୍ଲ୍ଡ ଅଫାୟର୍ସ (ICWA) ଦ୍ୱାରା ଆୟୋଜିତ 'ଶାନ୍ତିର ମହାସାଗର' ବିଷୟରେ ଆଲୋଚନା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିଥିଲେ । ଏହି ସମୟରେ ମୋଦିଙ୍କୁ ରାବୁକା କହିଛନ୍ତି, '' କେହି ତୁମ ଉପରେ ଖୁସି ନାହିଁ । ହେଲେ ଭାରତ ଏତେ ମହାନ ଯେ ତାକୁ ସମ୍ଭାଳି ନେବ । ଆମେରିକା ରାଷ୍ଟ୍ରପତିଙ୍କ ସହ ମୋର କୌଣସି ବ୍ୟକ୍ତିଗତ କଥାବାର୍ତ୍ତା ହୋଇନାହିଁ । ମୁଁ ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ଅନୁରୋଧ କରିଥିଲି । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।''
ଅଧିକ ପଢନ୍ତୁ...ଆଜିଠୁ ୫୦% ଟାରିଫ୍ : ସଂକଟରେ ୫ଲକ୍ଷ କୋଟିର ରପ୍ତାନି, କମିବ ସରକାରୀ ଆୟ, ନିଯୁକ୍ତି ହ୍ରାସ ଆଶଙ୍କା
କହି ରଖୁଛି କି, ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛି ଆମେରିକା । ଏଥିପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଥିଲା । ଭାରତୀୟ ସମୟ ଅନୁସାରେ, ଏହି ଟାରିଫ୍ ଆଜି (ବୁଧବାର) ସକାଳ ୯ଟା ୩୧ରେ ଲାଗୁ ହୋଇଛି । ରୁଷ ତେଲ କ୍ରୟ ପାଇଁ ଅଗଷ୍ଟ ୬ରେ ଭାରତ ଉପରେ ଜରିମାନା ସହ ଅତିରିକ୍ତ ଟାରିଫ୍ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେହିଭଳି ବ୍ୟାପାର ଘାଟା ଦର୍ଶାଇ ଭାରତ ଉପରେ ଅଗଷ୍ଟ ୭ରୁ ୨୫% ଟାରିଫ୍ ଲାଗୁ କରିଥିଲେ । ବର୍ତ୍ତମାନ ଅତିରିକ୍ତ ୨୫% ଶୁଳ୍କ ମିଶିବା ପରେ ଆମେରିକାକୁ ରପ୍ତାନି ହେବାକୁ ଥିବା ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦% ଟାରିଫ୍ ଲାଗିଛି । ଏହା ଦ୍ୱାରା ୫ ଲକ୍ଷ କୋଟିର ରତ୍ପାନୀ ସଂଙ୍କଟରେ ପଡିଛି ।