ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାଷ୍ଟ୍ରପତିଙ୍କୁ ସୋନିଆଙ୍କ ତାତ୍ସଲ୍ୟ : 'Poor ଲେଡି... ଭାଷଣ ପଢି ପଢି ଥକିଗଲେ'

Published By : Rasmita Pradhan | January 31, 2025 1:47 PM

ନୂଆଦିଲ୍ଲୀ, ୩୧/୦୧ : ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧିଙ୍କ ବିବାଦୀୟ ମନ୍ତବ୍ୟ। ରାଷ୍ଟ୍ରପତିଙ୍କୁ 'Poor ଲେଡି...' ବୋଲି ମନ୍ତବ୍ୟ ଦେଲେ ସୋନିଆ। ଭାଷଣ ବୋରିଂ, ମିଥ୍ୟା ପ୍ରତିଶ୍ରୁତି ଏବଂ ବିଚାରୀ ମହିଳା କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଛନ୍ତି। ଅଭିଭାଷଣ ପଢି ରାଷ୍ଟ୍ରପତି ଥକି ଯାଇଥିବା କଥା ମଧ୍ୟ କହିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୋରିଂ କହିଛନ୍ତି। ସୋନିଆ ଗାନ୍ଧୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। 

କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଶାସକ ଦଳ କଂଗ୍ରେସକୁ ଘେରି ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସୋନିଆ ଗାନ୍ଧୀଙ୍କ ଏଭଳି ପ୍ରତିକ୍ରିୟା ସର୍ବୋଚ୍ଚ ଆସନରେ ବସିଥିବା ଆଦିବାସୀ ମହିଳାଙ୍କ ପ୍ରତି ଅପମାନ।'  

ଏହି ଖବରଟିକୁ ପଢନ୍ତୁ-'କାଶ୍ମୀରରେ ବିକାଶର ବାତାବରଣ, ବିଶ୍ବବନ୍ଧୁର ଛବି ମଜବୁତ କରିଛି ଭାରତ'

ଏହି ମନ୍ତବ୍ୟକୁ ନେଇ ସମ୍ବିତ ପାତ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, 'ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ, ସେ କଦାପି ବିଚାରି ନୁହଁନ୍ତି। ସେ ସଶକ୍ତ, ସେ ଥକି ନାହାଁନ୍ତି କି ନଇଁ ନାହାଁନ୍ତି।' 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, 'ସୋନିଆ ଗାନ୍ଧୀଙ୍କ ଏହା ସାମନ୍ତବାଦୀ ଚିନ୍ତାଧାରା। ତାଙ୍କର ଅହଙ୍କାର ପାଇଁ ନିନ୍ଦା କରୁଛି। ବାରମ୍ଵାର ପରାଜୟକୁ ଗ୍ରହଣ କରିପାରୁ ନାହାଁନ୍ତି। ଦେଶକୁ ତାଙ୍କର ଜାଗିରି ଭାବୁଛନ୍ତି। ଦେଶବାସୀ ନିଶ୍ଚୟ ଏହାର ଜବାବ ଦେବେ।'

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଥିଲେ। ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ଅଭିଭାଷଣରେ ସେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୋଜନା ଏବଂ ପରିବର୍ତ୍ତନ ବିଷୟରେ କହିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.