ପ୍ରମୂଖ ଖବର
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

WCL 2025; ମିଷ୍ଟର ୩୬୦ ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକରେ ପାକିସ୍ତାନର ସ୍ୱପ୍ନ ଚୁରମାର, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌

Published By : Ankita S | August 3, 2025 11:41 AM

ନୂଆଦିଲ୍ଲୀ,୦୩/୦୮: ବିଶ୍ୱ ଚାମ୍ପିଅନ୍‌ସିପ ଆଫ୍ ଲିଜେଣ୍ଡ ୨୦୨୫ ଫାଇନାଲରେ ବାଜି ମାରିଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ଚମ୍ପିଅନ୍‌ ଧୂଳି ଚାଟିଛି । ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାଉଥ ଆଫ୍ରିକା ଦମଦାର ବିଜୟ ସହ ଚାମ୍ପିଅନ୍ ହୋଇଛି । ଏବି ଡିଭିଲିୟର୍ସ ବିସ୍ଫୋରକ ଶତକ ହାସଲ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ଇନିଂସ- ୧୯୬ ରନ୍‌ରେ ବିଜୟ ଲକ୍ଷ୍ୟ ନେଇ  ଦକ୍ଷିଣ ଆଫ୍ରିକା ଦମଦାର ପାଳି ଆରମ୍ଭ କରିଥିଲା । ୬ ଓଭରରେ ୭୨ରନ୍ କରିଥିଲା । ପାୱାରପ୍ଲେର ଶେଷ ବଲରେ ହାଶିମ ଅମଲା ୧୮ ରନ୍ କରି ଆଉଟ ହୋଇଥିଲେ । ଏହାପରେ ପାକିସ୍ତାନର ଫିଲ୍ଡିଂ ଦୁର୍ବଳ ହୋଇଥିଲା । ଅନେକ କ୍ୟାଚ ଛାଡିଥିଲା ଦଳ । ଏବି ଡିଭିଲିୟର୍ସ ଆହତ ପରେ ବି ଧୁଆଁଧାର ପାଳି ଖେଳିଥିଲେ । ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇଥିବା ମିଷ୍ଟର ୩୬୦ ୪୭ ବଲର ତୃତୀୟ ଶତକ ହାସଲ କରିଥିଲେ । ୬୦ ବଲରେ ୧୨୦ରନ୍‌ ପାଳି ଖେଳିଥିଲେ । ଯେଉଁଥିରେ ୧୨ ଚୌକା, ୭ ଛକା ସାମିଲ ଅଛି । ଏବିଡିଙ୍କ ସହିତ ଜେପି ଡୁମିନି ମଧ୍ୟ ଭଲ ଇନିଂସ ଖେଳିଥିଲେ । ଦୁହେଁ ମିଶି ୬୫ ବଲରେ ୧୨୫ ରନ୍‌ର ପାର୍ଟନରସିପ୍ କରିଥିଲେ । ଡୁମିନି ୨୮ ବଲ୍‌ରେ ଅପରାଜିତ ୫୦ ରନ୍‌ କରିଥିଲେ ।  ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ୧୬.୫ ଓଭରରେ ଗୋଟିଏ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ୯ ୱିକେଟ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ସାଉଥ୍ ଆଫ୍ରିକା ।

ପାକିସ୍ତାନ ଇନିଂସ- ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଚାମ୍ପିଅନ୍‌ ଅଧିନାୟକ ମହମ୍ମଦ ହଫିଜ୍ । ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ମିଳିଥିଲା । ଅକମଲ ୧୦ ବଲରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସୋଏବ ମଲିକ ୨୫ ବଲରେ ୨୦ରନ୍ କରି ପାଭିଲିୟନ ଫେରିଥିଲେ । ସର୍ଜିଲ ଖାନ  ୭୬ରନ୍‌ର ଇନିଂସ ଖେଳିଥିଲେ । ଅମର ଅମୀନ ଓ ଆସିଫ୍ ଅଲୀ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦୁହେଁ ୩୧ ବଲରେ ୬୧ ରନ୍ ଯୋଡିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୫ ୱିକେଟ ହରାଇ ୧୯୫ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକାର ବେନ୍ ପାର୍ନିଲ ୩୨ ରନ୍ ଦେଇ ୨ଟି ୱିକେଟ ନେଇଥିଲେ । ହାର୍ଡସ ବିଜ୍ଜୋଏନ୍‌ଙ୍କୁ ବି ୨ଟି ସଫଳତା ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.