ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଜେଲ ଗଲେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ କିମ୍ କି-ୟୋନ୍ ହି

Published By : Anindita Ratha | August 13, 2025 8:49 AM

ନୂଆଦିଲ୍ଲୀ,୧୩/୦୮: ଜେଲରେ  ଦକ୍ଷିଣ କୋରିଆର  ଜଣେ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ କିମ୍ କି-ୟୋନ୍ ହି । ଲାଞ୍ଚ, ଷ୍ଟକ୍ ଠକେଇ ଏବଂ ନିର୍ବାଚନ ହସ୍ତକ୍ଷେପର ଗମ୍ଭୀର ଅଭିଯୋଗରେ କୋର୍ଟ କିମଙ୍କୁ ଗିରଫ କରିଛି। ସେହିପରି ତାଙ୍କ ସ୍ବାମୀ ତଥା ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ ୟୋଲ୍ ପୂର୍ବରୁ ହିଁ ଜେଲରେ ଥିବା ଜଣାପଡ଼ିଛି। ସିଓଲ୍ କୋର୍ଟ ଗିରଫଦାରୀ ପଛରେ ପ୍ରମାଣ ସହିତ ହେରଫେର ହେବାର ସମ୍ଭାବନାକୁ ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଛନ୍ତି। 

ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁଯାୟୀ, କିମ୍ ବିଳାସପୂର୍ଣ୍ଣ ଉପହାର ଗ୍ରହଣ, ଷ୍ଟକ୍ ବଜାରରେ ଇନସାଇଡର ଟ୍ରେଡିଂ ଏବଂ ରାଜନୈତିକ ପ୍ରକ୍ରିୟାରେ ଅନୁପଯୁକ୍ତ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ୱାମୀ ଅର୍ଥାତ ପୂର୍ବତନ ରାଷ୍ଟ୍ରପତି, ଦୁର୍ନୀତି ଏବଂ କ୍ଷମତାର ଅପବ୍ୟବହାର ମାମଲାରେ ପୂର୍ବରୁ ଜେଲ ଦଣ୍ଡ ଭୋଗୁଛନ୍ତି। ପ୍ରକାଶ ଥାଉକି, ଦକ୍ଷିଣ କୋରିଆରେ ପୂର୍ବରୁ କେତେକ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । କିନ୍ତୁ ଏକ ଦୁର୍ନୀତି ମାମଲାରେ ଉଭୟ ରାଷ୍ଟ୍ରପତି ଓ ପ୍ରଥମ ମହିଳା ଜେଲ ଯିବା ଏହି ଦେଶର ଇତିହାସରେ ପ୍ରଥମ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.