ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସ୍ୱତନ୍ତ୍ର ବୈଠକ

Published By : Suraj Kumar | May 4, 2025 4:55 PM

ଫିରିଙ୍ଗିଆ, ୦୪/୦୫:  ଆଦିବାସୀ ମାନଙ୍କ ପାରମ୍ପରିକ ବେଶ ପୋଷାକ ଠାରୁ ଆରମ୍ଭ କରି ଖାଦ୍ୟ ପେୟ, ଅସ୍ତ୍ରଶସ୍ତ୍ର, ପାରମ୍ପରିକ ବାଜାବାଦ୍ୟ, ଭାଷା,ସଂସ୍କୃତି, ପରମ୍ପରା, ଐତିହ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିବାରେ ଲାଗିଛି I ଏହାର ସୁରକ୍ଷା ଓ ଏହାକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡିଛି ରାଷ୍ଟ୍ରୀୟ ଆସିବାସୀ ଏକତା ପରିଷଦ I ଏହି ବିଷୟକୁ କେନ୍ଦ୍ର କରି ରବିବାର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା କୁଇ ସମାଜ ସେବା ସମିତି ର କାର୍ଯ୍ୟଳୟ ପରିସରରେ ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି I 

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ କୁଇସମାଜ ର ମିଳିତ ଆନୁକୂଲ୍ୟରେ ବୈଠକ ଟି ଅନୁଷ୍ଠିତ ହୋଇଥିଲା। ଏକତା ପରିଷଦର ଫିରିଙ୍ଗିଆ ବ୍ଲକ ସଭାପତି ଗିରିଧାରୀ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକତା ପରିଷଦର ରାଜ୍ୟ ସଭାପତି ପ୍ରଦୀପ କହଁର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଜିଲ୍ଲା ସଭାପତି ଭୋଦେବ କହଁର,କୁଇ ସମାଜ ର ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ କହଁର, ଟିକାବାଲି ହଦଗଡ଼ ଉପଶାଖା ର ବରିଷ୍ଠ ସଦସ୍ୟ ବିଜୟ ପ୍ରଧାନ, ଜି. ଉଦୟଗିରି ଯୁବପରିଷଦ ର ଉପସଭାପତି ଉତ୍ସବ କହଁର, ବାଲିଗୁଡା କୁଇକୁଳ ସାଖା ର ଉପଦେଷ୍ଟା ଦୟାନିଧି ମଳିକ, ନୂଆଗାଁ ର ସୁନାସିଂ ପ୍ରଧାନ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କର୍ମଚାରୀ ସଙ୍ଘ ଜିଲ୍ଲା ସଭାପତି ବିନୋଦ ପ୍ରଧାନ, କୁଇ ନେତା ଇନ୍ଦ୍ରମଣି ମଳିକ ଙ୍କ ସହ ସମାଜ ର ବହୁ ଗଣ୍ୟ ମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ I 

ବୈଠକରେ ଆଦିବାସୀ ମାନଙ୍କ ପରମ୍ପରା ଐତିହ୍ୟ, ଭାଷା, ସଂସ୍କୃତି,ପରମ୍ପରାକୁ କିଭଳି ଭାବରେ ରକ୍ଷା କରାଯିବା ସହ ତୃଣମୂଳ ସ୍ତରରୁ ଏହାର କିଭଳି ସୁରକ୍ଷା କରାଯାଇପାରିବ ସେନେଇ ଆଲୋଚନା ହେବା ସହ ସରକାରୀ ସ୍ତରରେ ମଧ୍ୟ ଏହାକୁ କିଭଳି ସ୍ୱୀକୃତି ମିଳିପାରିବ ସେନେଇ ଆଲୋଚନା ହୋଇଥିଲା I ଆଗାମୀ ଦିନରେ ଏହାର ସୁରକ୍ଷା ପାଇଁ ସମସ୍ତେ ମିକିମିଶି ସଂଗ୍ରାମ କରିବା ପାଇଁ ବୈଠକ ମାଧ୍ୟମରେ ଆହ୍ୱାନ କରାଯାଇଥିଲା I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.