ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟି, ୭୫ ହଜାର ଶିକ୍ଷକ ପରୀକ୍ଷା ଦେବେ

Published By : Prameya | July 4, 2025 2:18 PM

କଟକ, ୦୪/୦୭: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ଏହି ପରୀକ୍ଷା ଲାଗି ଏଥର ରେକର୍ଡ ୭୫ ହଜାର  ୪୦୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଆବେଦନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା  ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ  ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ  ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ  ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ  ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା  ରହିବ ନାହିଁ ବୋଲି ଆଶଙ୍କା ଥିବାରୁ  କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ  ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । 

ପରୀକ୍ଷାରେ କପି କରି ଯଦି କୌଣସି ଶିକ୍ଷକ ଧରାପଡ଼ିବେ, ତାଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ତେଣୁ ଓଟିଇଟି ଆବେଦନକାରୀମାନେ ପରୀକ୍ଷା ଦେବା  ବେଳେ ସତର୍କତା ଅବଲମ୍ବନ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।  ପ୍ରଶ୍ନପତ୍ର ବିଭ୍ରାଟ ରୋକିବା ଲାଗି ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଡିଜି ଲକରରେ  ସମସ୍ତ କେନ୍ଦ୍ରକୁ ପଠାଯିବ । କପି ନିୟନ୍ତ୍ରଣ ଲାଗି ସେଣ୍ଟରଗୁଡ଼ିକରେ ସିସିଟିଭି  କ୍ୟାମେରା ବନ୍ଦୋବସ୍ତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  

୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି  ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ  ବାଧ୍ୟ ହୋଇଛନ୍ତି । ପୂର୍ବରୁ ଯେତେଥର ଓଟିଇଟି ଦେବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ୭ରୁ ୧୦ହଜାର ଶିକ୍ଷକ  ଆବେଦନ କରୁଥିଲେ । ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ  ପରେ ଆବେଦନକାରୀଙ୍କ ସଂଖ୍ୟା ୭୫ ହଜାର ପାର ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.