ନୂଆଦିଲ୍ଲୀ ୨୫/୦୬: ରାଷ୍ଟ୍ରପତି ଭବନରେ ସ୍ପୋର୍ଟସ୍‌ ଡ୍ରାମା ‘ସିତାରେ ଜମିନ୍‌ ପର୍‌’ର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିଛନ୍ତି ଅଭିନେତା ଆମିର ଖାନ । ରାଷ୍ଟ୍ରପତିଙ୍କ ଔପଚାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଆମିରଙ୍କ ସହ ରାଷ୍ଟ୍ରପତିଙ୍କ ଫଟୋ ଶେୟାର କରାଯାଇଛି । ଏଥିସହ କ୍ୟାପ୍‌ସନ ରହିଛି ‘ଲୋକପ୍ରିୟ ଫିଲ୍ମନିର୍ମାତା ଓ ଅଭିନେତା ଆମିର ଖାନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ।’




‘ସିତାରେ ଜମିନ୍‌ ପର୍‌’ କଳାକୁ ଗ୍ରହଣ କରିବାର ଅନ୍ୟତମ ଉଦାହରଣ, ଯାହା ରାଷ୍ଟ୍ରୀୟ ସମ୍ବାଦ ଓ ସାମାଜିକ ବୁଝାମଣାକୁ ପ୍ରୋତ୍ସାହିତ କରେ । ଫିଲ୍ମରେ ଜେନେଲିଆ ଡି’ସୌଜାଙ୍କ ସମେତ ନବାଗତ କଳକାର ଆରୁଷ ଦତ୍ତ, ଗୋପୀ କ୍ରୀଷ୍ଣା ବର୍ମା, ସମ୍ବିତ ଦେସାଇ, ବେଦାନ୍ତ ଶର୍ମା, ଆୟୁଷ ଭଂସାଲି, ଆଶିଷ ପେଣ୍ଡ୍‌ସେ, ରିଷି ଶାହାନି, ରିଷଭ ଜୈନ, ନମନ ମିଶ୍ରା ଓ ସିମରନ ମଙ୍ଗେଶକର ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମରେ ଆମିର ମାନସିକ ବିକାରଗ୍ରସ୍ତ ଲୋକଙ୍କ ଟିମ୍‌ର ଜଣେ ବାସ୍କେଟ୍‌ବଲ କୋଚ୍‌ ଭୂମିକା ନିର୍ବାହ କରିଛନ୍ତି ।