ଅନୁଗୁଳ, ୦୪/୦୯: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗ୍ରାମ ରାସ୍ତାରେ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଦ୍ରୁତ ଗତିରେ ଆସି ଧକ୍କା ଦେଲା ଅଟୋରିକ୍ସା । ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଓଗି ମାହାର (୯ ବର୍ଷ), ପ୍ରଦୀପ ମାହାରଙ୍କ ପୁଅ ଚିକୁ ମାହାର(୮ ବର୍ଷ) ଓ ଚେରୁ ପଧାନଙ୍କ ଝିଅ ଶୁଭ ଲକ୍ଷ୍ମୀ (୪ବର୍ଷ) ।
ସୂଚନା ମୁତାବକ, ଗୁରୁବାର ସକାଳ ସାଢ଼େ ୯ଟା ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିଲେ। ନୂଆ ମାହାର ସାହି ଠାରେ ଏକ ଦୋକାନରୁ ଛାତ୍ରଛାତ୍ରୀ ଛିଡା ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋରିକ୍ଟା ୩ ଜଣ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡିଥିଲେ। ଅଟୋରିକ୍ସା ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଯାଇଥିଲା। ସ୍ଥାନୀୟ ଲୋକ ଗୁରୁତର ପିଲାମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚତୁର୍ଥ ଶ୍ରେଣୀରେ ପଢୁଥିବା ଚନ୍ଦନର ଗୋଡ଼, ହାତ ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ତୃତୀୟ ଶ୍ରେଣୀରେ ପଢୁଥିବା ଥିବା ଚିକୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଙ୍ଗନଓ୍ବାଡିରେ ପଢୁଥିବା ଶିଶୁକନ୍ୟା ଶୁଭଲକ୍ଷ୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଅଟୋକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।