ନୂଆଦିଲ୍ଲୀ,୧/୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ସଂସଦରେ ୨୦୨୬-୨୭ଲାଗି ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାର ସଂକେତ ଦେଇଛନ୍ତି କି ଭାରତରେ ସମଗ୍ର କ୍ରୀଡ଼ା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯିବ। ଅର୍ଥମନ୍ତ୍ରୀ ଭିତ୍ତିଭୂମି ଏବଂ ତୃଣମୂଳସ୍ତରୀୟ କ୍ରୀଡ଼ା ବିକାଶ ପାଇଁ ଯୋଜନା ଘୋଷଣା କରିଛନ୍ତି । ସେ ଏହା ବି କହିଛନ୍ତି ଭାରତ ନିକଟରେ ହାଇ –କ୍ବାଲିଟିର ଖେଳ ସାମଗ୍ରୀର ବୈଶ୍ବିକ କେନ୍ଦ୍ର ହେବାକୁ ଅଛି । ସେ ଖେଳ ସାମଗ୍ରୀ/ ଉପକରଣର ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି । ୨୦୨୬-୨୭ ଲାଗି ଯୁବ ମାମଲା ଏବଂ ଖେଳକୁ ପ୍ରାୟ ୪୫,୪୮୨କୋଟି ଟଙ୍କା ମିଳିଛି ।
ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖେଲୋ ଇଣ୍ଡିଆ ମିଶନର ପ୍ରସ୍ତାବ ଦେଇଥିଲେ । ଖେଲୋ ଇଣ୍ଡିଆ ମିଶନର ଉଦ୍ଦେଶ୍ୟ ହେଉଛି ଆଗାମୀ ୧୦ବର୍ଷ ମଧ୍ୟରେ ଭାରତୀୟ କ୍ରୀଡ଼ା ଇକୋସିଷ୍ଟମକୁ ପରିବର୍ତ୍ତନ ଏବଂ ଉନ୍ନତ କରିବା। ସେ କହିଥିଲେ , ଭାରତର ଧ୍ୟାନ ଆଉ କେବଳ ପଦକ ଜିତିବା ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ କ୍ରୀଡ଼ା ନିଯୁକ୍ତି, ସ୍କିଲ୍ ଡେଭଲପମେଣ୍ଟ ଏବଂ ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ମାଧ୍ୟମ ପାଲଟିବ।
ଖେଲୋ ଇଣ୍ଡିଆ ମିଶନ ଆରମ୍ଭ ହେବା ସହ ଭାରତରେ କ୍ରୀଡ଼ା ଉପକରଣ କିଛିଟା ଶସ୍ତା ହୋଇଯିବ । ବଜେଟରେ ୧୦ହଜାର କୋଟି ବ୍ୟୟବରାଦ କରାଯାଇଛି । ଅନୁମାନ କରାଯାଉଛି କି, ଏବେଠାରୁ କ୍ରିକେଟ୍ ବ୍ୟାଟ୍ ଏବଂ ବଲ୍, କ୍ରୀଡା କିଟ୍, ବ୍ୟାଡ଼ମିଣ୍ଟନ୍ ରାକେଟ୍, ଫୁଟବଲ୍ ଏବଂ ଅନ୍ୟାନ୍ୟ କ୍ରୀଡ଼ା ଉପକରଣ କ୍ରୀଡ଼ା ଉପକରଣ ସୁଲଭ ହୋଇଯିବ।
୨୦୨୬-୨୭ବର୍ଷ ପାଇଁ କ୍ରୀଡ଼ା ବଜେଟ୍ ଘୋଷଣା ହେବା ପରେ, ଆଗାମୀ ୧୦ବର୍ଷ ମଧ୍ୟରେ ଭାରତରେ କ୍ରୀଡ଼ା ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଭାରତରେ କ୍ରୀଡ଼ା ଉପକରଣ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ଏବଂ କ୍ରୀଡ଼ାବିତଙ୍କ ଫିଟନେସ୍ ଏବଂ ପ୍ରତିଭାରେ ଉନ୍ନତି ଆଣିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ।