ସିଭିଲ ସର୍ଭିସରେ କୋକସରା ପାଇଁ ଗୌରବ ଆଣିଲେ ସିଦ୍ଧାନ୍ତ

କୋକସରା,୨୩।୦୫ ସର୍ଵ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସିଦ୍ଧାନ୍ତ ବେଶ୍ରା ସଫଳତା ପାଇଛନ୍ତି। ୮୮୭ ରାଙ୍କ ରଖି ସେ କୃତକାର୍ଯ୍ୟ ହୋଇ ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ଆଣିଛନ୍ତି।
କୋକସରା ବ୍ଲକ କାଉଡୋଳା ଗ୍ରାମର ଇଂ.ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା। ସେ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବେ ଗତ ଏକ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ସିଦ୍ଧାନ୍ତ ବର୍ତ୍ତମାନ ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି। ପ୍ରଥମ ଥର ପାଇଁ କୋକସରା ବ୍ଲକର ପୁଅ ସିଭିଲ ସର୍ଭିସରେ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣା ଯାଇଛି। ଏହି ଖବର ମିଳିବା ପରେ ଜିଲ୍ଲାରେ ଓ ବ୍ଲକରେ ଉତ୍ସଵର ମାହୋଲ ଦେଖା ଦେଇଛି।